ଭାରତକୁ ପାକିସ୍ତାନର ଧମକ: ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କଲେ ପରିଣାମ ଭୋଗିବ

ଓ୍ଵାଶିଂଟନ୍‌ : ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ଵାଜା ଆସିଫ ଭାରତକୁ ଧମକ ଦେଇ କହିଛନ୍ତି ଯଦି ଭାରତ ପାକିସ୍ତାନ ବିରୋଧରେ କୌଣସି ସର୍ଜିକାଲ ଷ୍ଟ୍ରାଇକ୍‌ ଆରମ୍ଭ କରେ କିମ୍ବା ଏହାର ପରମାଣୁ ପ୍ରତିଷ୍ଠାନକୁ ଧ୍ୱଂସ କରିବାକୁ ଚେଷ୍ଟା କରେ ତେବେ ଏହାକୁ ପରିଣାମ ଭୋଗିବାକୁ ପଡ଼ିବ। ବାୟୁସେନା ମୁଖ୍ୟ ବିଏସ ଧନୋଆ ଗତକାଲି ଭାରତୀୟ ବାୟୁସେନା ଉଭୟ ପାକିସ୍ତାନ ଏବଂ ଚୀନର ମୁକାବିଲା ପାଇଁ ଦୁଇଟି ଯୁଦ୍ଧ ପାଇଁ ସକ୍ଷମ ଏବଂ ଏଥିସହ ପାକିସ୍ତାନର ପରମାଣୁ ପ୍ରତିଷ୍ଠାନ ଧ୍ୱଂସ କରିବାକୁ ସକ୍ଷମ ଅଛି ବୋଲି କହିବାପରେ ଏଥିରେ ପ୍ରତ୍ରିକ୍ରୀୟା ପ୍ରକାଶ କରି ଖ୍ଵାଜା କହିଛନ୍ତି ଯଦି ଦେଶର ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରାଯାଏ ତେବେ କେହି ବି ଏଥିରୁ ନିସ୍ତାର ପାଇବେନି। ଏହାପରେ ପାକିସ୍ତାନ ଆଉ ସଂଯମରେ ରହିବନି ବୋଲି ସେ ଭାରତକୁ ଧମକ ଦେଇଛନ୍ତି। ଆସିଫ କହିଛନ୍ତି ପାକିସ୍ତାନ ଚାହୁଁଛି ଏହାର ପଡ଼ୋଶୀମାନଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ଅବସ୍ଥାନ କରିବାକୁ। କିନ୍ତୁ ଯଦି ଭାରତ ପାକିସ୍ତାନରେ କୌଣସି ସର୍ଜିକାଲ ଷ୍ଟ୍ରାଇକ୍‌ କରେ ତେବେ ଭାରତକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଆମେରିକାର ଶାନ୍ତି ଅନୁଷ୍ଠାନରେ ଆସିଫ କହିଛନ୍ତି ଭାରତ ସହ ସମ୍ପର୍କ ସୁଦୃଢ କରିବାପାଇଁ ପାକିସ୍ତାନର ଉଦ୍ୟମକୁ ଭାରତ ଗ୍ରହଣ କରୁନାହିଁ ଏବଂ ଭାରତ ସହ ପାକିିସ୍ତାନର ସମ୍ପର୍କ ସବୁଠୁ ଦୁର୍ବଳ ସ୍ଥିତିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର