ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚତାରେ ଯବାନ ଉଡ଼ାଇଲେ ତ୍ରିରଙ୍ଗା

ଲଦାଖ: ଦେଶପ୍ରେମ ସାମ୍ନାରେ ହାର ମାନିଲା ପ୍ରବଳ ଥଣ୍ଡା | ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଲଦାଖରେ ଆଜି ଯବାନମାନେ ତ୍ରିରଙ୍ଗା ଉଡ଼ାଇ ସାଧାରଣତନ୍ତ୍ର ଦିବସକୁ ଧୂମଧାମରେ ପାଳନ କରିଛନ୍ତି । ଦେଶବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଭାରତୀୟ ସେନାର ଯବାନ ମାନେ ୧୭ ହଜାର ଫୁଟ ଉଚ୍ଚରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି ।


ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ଯବାନମାନେ ମାଇନସ୍ ୨୦ ଡ୍ରିଗି ସେଲସିୟସ ଠାରୁ ମଧ୍ୟ କମ୍ ତାପମାତ୍ରାରେ ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ନାରାରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଅନ୍ୟପଟେ କାଶ୍ମୀର ଘାଟିରେ ମଧ୍ୟ ୨୬ ଜାନୁୟାରୀ ଅବସରରେ ତ୍ରିରଙ୍ଗା ଫର ଫର ହୋଇ ଉଡ଼ୁଛି ।

ଏଲଓସି ନିକଟ କୁପୱାଡ଼ାଠାରେ ସ୍ଥାନୀୟ ଲୋକମାନେ ସେନା ଯବାନଙ୍କ ସହ ମିଶି ସାଧାରଣତନ୍ତ୍ର ଦିବସକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି । ଏହି ରାଷ୍ଟ୍ରୀୟ ଦିବସ ପାଳନ ଅବସରରେ ଆବାଳବୃଦ୍ଧବନିତା ଯବାନଙ୍କ ସହ ମିଶି ତ୍ରିରଙ୍ଗା ପତାକାକୁ ସଲାମ କରିଛନ୍ତି । ଜମ୍ମୁ-କାଶ୍ମୀରରରେ ୩୭୦ ଧାରା ଉଚ୍ଛେଦ ପରେ ଘାଟିରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି ।

ସମ୍ବନ୍ଧିତ ଖବର