ଇଣ୍ଡୋନେସୀୟ ବିମାନ ଦୁର୍ଘଟଣା: ଚିହ୍ନଟ ହେଲା ଭାରତୀୟ ପାଇଲଟ୍‌ଙ୍କ ଶବ

ନୂଆଦିଲ୍ଲୀ: ଅକ୍ଟୋବର ୨ ତାରିଖରେ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ମଧ୍ୟକୁ ଖସିପଡ଼ିଥିବା ବିମାନରେ କ୍ୟାପ୍‌ଟେନ୍‌ ଥିବା ଭାରତୀୟ ପାଇଲଟ୍‌ ଭବ୍ୟ ସୁନେଜାଙ୍କ ଶବ ଇଣ୍ଡୋନେସୀୟ କର୍ତ୍ତୃପକ୍ଷମାନେ ଚିହ୍ନଟ କରିପାରିଛନ୍ତି। ଶୁକ୍ରବାର ଦିନ ତାଙ୍କର ଶବ ସତ୍କାର କରାଯାଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ୍‌ କରି କହିଛନ୍ତି: କ୍ୟାପ୍‌ଟେନ୍‌ ଭବ୍ୟ ସୁନେଜାଙ୍କ ଶବ ଚିହ୍ନଟ ହୋଇଛି ବୋଲି ଇଣ୍ଡୋନେସୀୟ କର୍ତ୍ତୃପକ୍ଷମାନେ ନିଶ୍ଚିତ କରିଛନ୍ତି। ଆଜି ତାଙ୍କର ଦେହାବଶେଷ ଦୂତାବାସ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ। ଶୋକାତୁର ପରିବାରକୁ ମୋର ଅନ୍ତରଛୁଅାଁ ସମ୍ବେଦନା ଜଣାଉଛି।

ଭବ୍ୟଙ୍କ ପତ୍ନୀଙ୍କ ସମ୍ପର୍କୀୟ ଭାଇ ରୋହିତ ଧିଙ୍ଗରା କହିଛନ୍ତି: ଶୁକ୍ରବାର ଦିନ ତାଙ୍କ ଶବ ଇଣ୍ଡୋନେସିଆରେ ସଂସ୍କାର କରାଯାଇଛି। ତାଙ୍କ ପିତାମାତା, ପତ୍ନୀ ଏବଂ ଶ୍ୱଶୁରଘର ଲୋକେ ସେଠାକୁ ଯାଇଥିଲେ। ଶୁକ୍ରବାର ଦିନ ଶବ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ସେଇ ଦିନ ସେଠାରେ ସତ୍କାର କରାଯାଇଥିଲା।

୧୮୮ ଜଣ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଧରି ଲାୟନ୍‌ ଏୟାର୍‌ ଫ୍ଲାଇଟ୍‌ ଜାକର୍ତାରୁ ଉଡ଼ାଣ ଆରମ୍ଭ କରି ଜାଭା ସମୁଦ୍ର ପଥ ଉପରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିଲା।

ସମ୍ବନ୍ଧିତ ଖବର