ଇଣ୍ଡୋନେସିଆ ସୁନାମୀ ମୃତ୍ୟୁ ସଂଖ୍ୟା ୩୮୪ ଛୁଇଁଲା; ଶହ ଶହ ନିଖୋଜ: ସମୁଦ୍ରକୂଳରେ ପଡ଼ି ରହିଛି କୁଢ଼କୁଢ଼ ଶବ

ପାଲୁ(ଇଣ୍ଡୋନେସିଆ): ଶୁକ୍ରବାର ପ୍ରଥମେ ଭୂକମ୍ପ ଓ ପରେ ସୁନାମୀ ଆସି ଇଣ୍ଡୋନେସିଆର ଦୀପ ସହର ପାଲୁ ସଂପୂର୍ଣ୍ଣ ବିଧ୍ୱସ୍ତ ହୋଇଛି। ସୁନାମୀ ପ୍ରଭାବରେ ସମୁଦ୍ର ମାଡ଼ି ଆସି ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ସୂଚନା ଅନୁସାରେ ୩୮୪ଟି ମୃତଦେହ ମିଳିଥିବାବେଳେ ବହୁ ଲୋକ ନିଖୋଜ ରହିଛନ୍ତି। ଇଣ୍ଡୋନେସିଆ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି କି ସୁଲାେଓ୍ଵସୀ ଦ୍ୱୀପର ସହର ପାଲୁ ନିକଟରେ ସବୁଦ୍ର କୂଳରେ ଶହ ଶହ ସଂଖ୍ୟାରେ ମୃତଦେଦ ପଡ଼ିରହିଛି। ଏହାର ପ୍ରକୃତ ସଂଖ୍ୟା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

http://zeenews.india.com

ରିକ୍ଟର ସ୍କେଲରେ ୭.୫ ତୀବ୍ରତାରେ ଗତକାଲି ସକାଳେ ଭୂକମ୍ପ ଆସିବା ପରେ ସମୁଦ୍ରରେ ବଡ଼ ବଡ଼ ଢ଼େଉ ସୃଷ୍ଟି ହୋଇଥିଲା। ଏହାପରେ ପାଖାପାଖି ୧୦/୧୨ଫୁଟ୍‌ ଫୁଟ ଉଚ୍ଚତାରେ ସମୁଦ୍ର ପାଣି ମାଡ଼ିଆସିଥିଲା। ପାଲୁ ସହରର ଜନ୍ମବାର୍ଷିକୀ ପାଳନ ଲାଗି ସହରବାସୀ ଏକତ୍ରୀତ ହୋଇ ପ୍ରସ୍ତୁତି ଚଳାଇଥିବା ବେଳେ ସମୁଦ୍ର ମାଡି ଆସିଥିଲା। ଫଳରେ ଉଚ୍ଚ ସ୍ଥାନକୁ ଯାଇ ଆତ୍ମରକ୍ଷା କରିବାର ସୁଯୋଗ ବହୁ ଲୋକ ପାଇ ପାରି ନ ଥିଲେ। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର