ପ୍ରତିଶୋଧମୂଳକ ଆକ୍ରମଣରେ ୨୯୨ କୁମ୍ଭୀର ମାରିଲେ ଇଣ୍ଡୋନେସୀୟ ଗ୍ରାମବାସୀ

ଜାକର୍ତା: ଗୋଟାଏ ପ୍ରଜନନ ଫାର୍ମ୍‌ରେ ଜଣେ ଲୋକକୁ କୁମ୍ଭୀଟିଏ ମାରି ପକାଇବାରୁ ପ୍ରତିଶୋଧ ନେବାକୁ ଛୁରି, ହାତୁଡ଼ି ଓ ଠେଙ୍ଗା ଦ୍ୱାରା ଇଣ୍ଡୋନେସୀୟ ଗ୍ରାମବାସୀମାନେ ୨୯୨ଟି କୁମ୍ଭୀର ହତ୍ୟା କରିଛନ୍ତି।

ପୂର୍ବାଞ୍ଚଳ ଇଣ୍ଡୋନେସୀୟର େଓ୍ଵଷ୍ଟ୍‍ ପପୁଆ ପ୍ରଦେଶର ସୋରଙ୍ଗ ଜିଲ୍ଲାରେ ଲହୁଲୁହାଣ ହୋଇଥିବା କୁମ୍ଭୀର ମଢ଼ କାଣ୍ଡି ହୋଇଥିବାର ଫଟୋ ରିଲିଜ୍‌ କରିଛି ଅନ୍ତରା ନିଉଜ୍‌ ଏଜେନ୍‌ସି।

େଓ୍ଵଷ୍ଟ୍‍ ପପୁଆସ୍ଥିତ ‘ଇଣ୍ଡୋନେସିଆନ୍‌ ନେଚୁରାଲ୍‌ ରିସୋର୍ସେସ୍‌ କଞ୍ଜର୍‌ଭେସନ୍‌ ଏଜେନ୍‌ସି’ର ମୁଖ୍ୟ ବସର୍‌ ମନୁଲାଙ୍ଗ୍‌ କହନ୍ତି ଯେ ୪୮ ବର୍ଷିୟ ପୀଡ଼ିତ କୁମ୍ଭୀର ଫାର୍ମରେ ପଶି ଗୋରୁଙ୍କ ପାଇଁ ଘାସ କାଟୁଥିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା। କେହି ଜଣେ ଜୀବନ ବିକଳେ ଚିତ୍କାର କରୁଥିବା ଶୁଣି ଜଣେ କର୍ମଚାରୀ ସେଠାକୁ ଧାଇଁ ଯାଇ ଦେଖିଲେ ଜଣକୁ କୁମ୍ଭୀର ଆକ୍ରମଣ କରୁଛି।

ଶନିବାର ଦିନ ନିହତ ବ୍ୟକ୍ତିଙ୍କ ଶବ ସତ୍କାର ପରେ ଗ୍ରାମବାସୀମାନେ ଫାର୍ମରେ ପଶି ସବୁ କୁମ୍ଭୀରଙ୍କୁ ମାରି ପକାଇଥିଲେ।

୨୦୧୩ ଠାରୁ ସଂରକ୍ଷିତ ଲୁଣାଜଳ ଓ ନିଉ ଗିନି କୁମ୍ଭୀର ପ୍ରଜନନ ପାଇଁ ଫାର୍ମକୁ ଲାଇସେନ୍‌ସ୍‌ ମିଳିଥିଲା। କିନ୍ତୁ, ସର୍ତ୍ତ ଥିଲା ସେ ସରୀସୃପଗୁଡ଼ିକ ମଧ୍ୟରୁ କେହି ଯେମିତି ଗ୍ରାମର ସେ ସମ୍ପ୍ରଦାୟଙ୍କର ହାନି ନ କରେ।

ଏ ଭଳି ଅଘଟଣକୁ ରୋକିବାକୁ ଲାଇସେନ୍‌ସ୍‌ ପାଇଥିବା ଫାର୍ମବାଲା ଚତୁପାର୍ଶ୍ୱରେ ବାଡ଼ ପୋତିବା କଥା।

ପୁଲିସ ଘଟଣାର ତଦନ୍ତ କରୁଛି। କୁମ୍ଭୀର ଈଶ୍ୱରଙ୍କ ଜୀବ ହୋଇଥିବାରୁ ତାଙ୍କୁ ମଧ୍ୟ ସୁରକ୍ଷା ଦେବା କଥା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର