ନିଖୋଜ ଥିଲେ ୫୪ ବର୍ଷୀୟା ମହିଳା, ୭ଫୁଟ୍ ଲମ୍ବା ଅଜଗର ପେଟରୁ ମିଳିଲା ମୃତଦେହ
ମକସର : ଇଣ୍ଡୋନେସିଆରେ ଜଣେ ୫୪ବର୍ଷିୟ ମହିଳାଙ୍କ ମୃତଦେହ ୭ଫୁଟ୍ ଲମ୍ବା ଅଜଗର ପେଟରୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରରେ ଆତଙ୍କ ଖେଳି ଯାଇଛି । ମହିଳା ଜଣକ ଗତ ସୋମବାର ନିଜ ବଗିଚାକୁ ଯାଇଥିବା ବେଳେ ସେଠାରୁ ଫେରି ନ ଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲା ପୁଲିସ । ଚାରିଆଡ଼େ ତନାଘନା କରିବା ପରେ ବି ମହିଳାଙ୍କ ଖୋଜି ପାଇବାରେ ସଫଳ ହୋଇ ନ ଥିଲା ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଗାଁ ଲୋକ ଏକ ଅଜଗର ସାପକୁ ଦେଖିଥିଲେ। ଅଜଗରଟିର ପେଟ ଫୁଲି ରହିଥିଲା। ସାପର ପେଟକୁ ଦେଖି ନିଖୋଜ ମହିଳାଙ୍କୁ ସାପଟି ଖାଇ ଦେଇଥିବା ନେଇ ସନ୍ଦେହ କରିଥିଲେ । ସତ ଜାଣିବା ପାଇଁ ସାପକୁ ମାରି ତା’ପେଟକୁ ଚିରାଯିବା ପରେ ପେଟ ଭିତରୁ ୫୪ବର୍ଷିୟ ମହିଳାଙ୍କ ମର ଶରୀର ମିଳିଥିଲା । ମହିଳା ଜଣଙ୍କ ଯେଉଁ ବଗିଚାକୁ ଯାଇଥିଲେ ସେଠାରେ ଅନେକ ଗୁଡ଼ିଏ ସାପ ହୁଙ୍କା ଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଏହି ସନ୍ଦେହ ଆସିଥିଲା ।