ଇଣ୍ଡୋନେସିଆର ସେଲ୍‌ଫି-ଉଠା ମାଙ୍କଡ଼ ହେଲା ‘ପର୍ସନ୍‌ ଅଫ୍‌ ଦି ଇୟର୍‌’

ଜାକର୍ତା: ଦାନ୍ତ ଦେଖାଇ ସେଲ୍‌ଫି ଉଠାଇଥିବା ଏବଂ ଆମେରିକୀୟ କପିରାଇଟ୍‌ ମାମଲାରେ ଝଡ଼ ସୃଷ୍ଟି କରିଥିବା ଗୋଟିଏ ଇଣ୍ଡୋନେସୀୟ ବାନରକୁ ‘ପର୍ସନ ଅଫ୍‌ ଦି ଇୟର୍‌’ ସମ୍ମାନରେ ଭୂଷିତ କରାଯାଇଛି। ବୁଧବାର ଦିନ ଆନିମଲ୍‌ ରାଇଟ୍‌ସ୍‌ ଗ୍ରୁପ୍‌ ତାକୁ ଏହି ସମ୍ମାନ ଦେବା କଥା ଘୋଷଣା କରିଛନ୍ତି।

ପିପଲ୍‌ ଫର ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍‌ସ୍‌ (ପେଟା) କହିଛି ଯେ, ‘ନାରୁତୋ’ ନାମକ ଏକ ଚୁଳିଆ କଳା ମାକାଉ ବାନରକୁ ‘ପର୍ସନ୍‌ ଅଫ୍‌ ଦି ଇୟର୍‌’ ସମ୍ମାନ ଦିଆ ଯାଉଛି। ‘ସେ ଗୋଟିଏ ଜୀବ, କୌଣସି ସାମଗ୍ରୀ ନୁହେଁ’ ଏ କଥା ଜଣାଇଦେବାକୁ ତା’ ପ୍ରତି ଏ ସମ୍ମାନ।
୨୦୧୧ରେ ସୁଲାେଓ୍ଵସି ଦ୍ୱୀପରେ ବ୍ରିଟିସ୍‌ ନେଚର୍‌ ଫଟୋଗ୍ରାଫର୍‌ ଡେଭିଡ୍‌ ସ୍ଲାଟର୍‌ ସଜିଲ କରି ରଖିଥିବା କ୍ୟାମେରା ଲେନ୍‌ସ୍‌କୁ ଚାହିଁ ତା’ର ସଟର୍‌ ବଟନ୍‌ ଦାବି ଦେଇଥିଲା।

ଅବିଳମ୍ବେ ସେ ଫଟୋଟି ଭାଇରାଲ୍‌ ହୋଇ ଯାଇଥିଲା। ୬ ବର୍ଷିଅ ନାରୁତୋକୁ ସେ ଫଟୋରର ଉତ୍ତୋଳକ ଏବଂ ମାଲିକ ଘୋଷଣା କରାଯାଉ ବୋଲି ପେଟା ଆଇନ୍‌ର ଆଶ୍ରୟ ନେଇଥିଲା।

ସମ୍ବନ୍ଧିତ ଖବର