ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ଓ ପିଟରଙ୍କ ପାରସ୍ପରିକ ବୁଝାମଣାରେ ଦାୟର କଲେ ଛାଡପତ୍ର

ମୁମ୍ବାଇ: ଦେଶର ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଶେଷରେ ୧୬ ବର୍ଷର ବୈବାହିକ ସମ୍ପର୍କରେ ପୁନଃଛେଦ ପକାଇବାକୁ ଯାଉଛି। ଇନ୍ଦ୍ରାଣୀ ତାଙ୍କର ସ୍ୱାମୀ ପିଟର ମୁଖାର୍ଜୀ ଶେଷରେ ପାରସ୍ପରିକ ବୁଝାମଣାରେ ଛାଡପତ୍ରର ଜାଚିକା ଦାୟର କରିଛନ୍ତି। ମଙ୍ଗଳବାର ଦୁହେଁ ମୁମ୍ବାଇ ସିଟି ଫେମିଲି କୋର୍ଟରେ ଏହି ଛାଡପତ୍ର ଜାଚିକା ଦେଇଛନ୍ତି। ସିନା ବୋରା ହତ୍ୟା ମାମଲାରେ ପିଟର ମଧ୍ୟ ଅନ୍ୟତମ ସହ ଅଭିଯୁକ୍ତ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବେ ମୁମ୍ବାଇର ବାଇକୁଲା ମହିଳା ଜେଲରେ ରହିଛନ୍ତି।

ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଝିଅ ଶିନା ବୋରା ହତ୍ୟା ଇନ୍ଦ୍ରାଣୀ-ପିଟର ଓ ଇନ୍ଦ୍ରାଣୀଙ୍କ ପୂର୍ବ ସ୍ୱାମୀ ଖନ୍ନା ଉପରେ ମାମଲା ରୁଜୁ ହୋଇଛି। ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀ ମଧ୍ୟରେ ଥିବା ସମସ୍ତ ଆର୍ଥିକ ବୁଝାମଣା ଶେଷ କରିବା ଛାଡପତ୍ର ନେବା ଓ ସେଟେଲମେଣ୍ଟ ପାଇଁ ରାଜି ହୋଇଛନ୍ତି। ଆପାର୍ଟମେଣ୍ଟ ସହିତ ଦେଶ-ବିଦେଶରେ ଆକାଉଣ୍ଟ ଓ ଫିକ୍ସ ଡିପୋଜିଟ, ଅଳଙ୍କାର ଆଦି ଭାଗ ଦୁହିଁଙ୍କ ସହମତିରେ ଭାଗ ହୋଇ ଯାଇଛି। ଦାୟର ହୋଇଥିବା ଜାଚିକାରେ ଉଲ୍ଲେଖ ଅଛି କି ଦୁହେଁ ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିବା ୫୩ କୋଟି ସମ୍ପତ୍ତି ନିିଜନିଜ ଭିତରେ ବାଣ୍ଟି ନେବାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ମହଙ୍ଗାଗାଡି ଓ ଅଳଙ୍କାର ଆଦିର ବଣ୍ଟନ ହେବା ବି ସ୍ପଷ୍ଟ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ପିଟରଙ୍କୁ ଦ୍ୱିତୀୟ କରିବା ପୂର୍ବରୁ ଇନ୍ଦ୍ରାଣୀ ତାଙ୍କର ପ୍ରଥମ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କ ଔରସରୁ କନ୍ୟା ସିନା ବୋରାଙ୍କୁ ଜନ୍ମ ଦେଇଥିଲେ। ତେବେ, ପିଟରଙ୍କୁ ଇନ୍ଦ୍ରାଣୀ ଦ୍ୱିତୀୟ ବିବାହ କରିବା ପରେ ଗତ ୨୦୧୨ ଅପ୍ରେଲରେ ୨୪ ବର୍ଷ ବୟସ୍କା ସିନା ବୋରାଙ୍କୁ ଅପହରଣ କରି ନିଆଯିବା ପରେ ତାଙ୍କୁ ହତ୍ୟା କରି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦିଆ ଯାଇଥିଲା। ଏହି ହତ୍ୟା ଘଟଣା ସଂପର୍କରେ କେହି କୌଣସି ପ୍ରକାରର ସାମାନ୍ୟତମ ଟେର ସୁଦ୍ଧା ପାଇ ପାରି ନଥିଲେ। ତେବେ, ଏହି ହତ୍ୟା ଘଟଣାରେ ଅନ୍ୟତମ ସହଯୋଗୀ ଥିବା ଶ୍ୟାମଭର ରାଏ ନାମକ ଜନୈକ ଅପରାଧୀ ୨୦୧୫ ଅଗଷ୍ଟରେ ଅନ୍ୟ ଏକ ଅପରାଧରେ ମୁମ୍ବାଇ ପୁଲିସ୍‌ ହାତରେ ଗିରଫ ହେବାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା।

ସମ୍ବନ୍ଧିତ ଖବର