ପିଟରଙ୍କୁ ଛାଡ଼ପତ୍ର ନୋଟିସ ପଠାଇଲେ ଇନ୍ଦ୍ରାଣୀ

ମୁମ୍ବାଇ : ସିନା ବୋରା ହତ୍ୟା ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ଇନ୍ଦ୍ରାଣୀ ମୁଖାର୍ଜି ଏବେ ତାଙ୍କ ସ୍ୱାମୀ ପିଟର୍‌ ମୁଖାର୍ଜୀଙ୍କ ସହ ୧୬ ବର୍ଷର ବିବାହ ବନ୍ଧନକୁ ତୁଟାଇବାକୁ ଚାହିଛନ୍ତି। ଇନ୍ଦ୍ରାଣୀ ପିଟରଙ୍କ ପାଖକୁ ବିବାହ ବିଚ୍ଛେଦ ପାଇଁ ଛାଡ଼ପତ୍ର ନୋଟିସ ପଠାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଇନ୍ଦ୍ରାଣୀଙ୍କ ଆଇନଜୀବୀ ଏଡିଥ୍‌୍‌ ଦେ ଗତ ୨୫ ତାରିଖରେ ପିଟରଙ୍କ ପାଖକୁ କୋରିଅର୍‌ ଯୋଗେ ଛାଡ଼ପତ୍ର ନୋଟିସ ପଠାଇଛନ୍ତି। ପ୍ରାରମ୍ଭରେ ପିଟରଙ୍କୁ କୋର୍ଟରେ ସିଧାସଳଖ ଉକ୍ତ ନୋଟିସ ଦିଆଯାଇଥିବାବେଳେ ସେ ଏହାକୁ ଗ୍ରହଣ ନ କରିବାରୁ କୋରିଅର ଯୋଗେ ତାଙ୍କ ନିକଟକୁ ନୋଟିସ୍‌ ପଠାଯାଇଛି। ଉଲ୍ଳେଖଯୋଗ୍ୟ ଇନ୍ଦ୍ରାଣୀଙ୍କ ପୂର୍ବ ବିବାହରୁ ଜନ୍ମିତ ସନ୍ତାନ ସିନା ବୋରା ହତ୍ୟା ମାମଲାରେ ଉଭୟ ଇନ୍ଦ୍ରାଣୀ ଏବଂ ପିଟର ଏବେ ଜେଲ୍‌ରେ ଅଛନ୍ତି। ୨୦୧୫ ଅଗଷ୍ଟରେ ଇନ୍ଦ୍ରାଣୀ ଗିରଫ ହୋଇଥିବାବେଳେ ଏହାର କିଛି ଦିନପରେ ପିଟର୍‌ ଗିରଫ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଗତ ବର୍ଷ ମଧ୍ୟ ଇନ୍ଦ୍ରାଣୀ ପିଟର୍‌ଙ୍କୁ ଛାଡ଼ପତ୍ର ଦେବାପାଇଁ କୋର୍ଟଙ୍କର ଅନୁମତି ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର