ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଇନ୍ଦୁ ମାଲହୋତ୍ରା

ନୂଆଦିଲ୍ଲୀ: ଆଜି ବରିଷ୍ଠ ଆଡ୍‌ଭୋକେଟ୍‌ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମ୍‌ କୋର୍ଟର ଅନ୍ୟତମ ବିଚାରପତି ଭାବେ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ର ଶପଥ ପାଠ କରାଇଛନ୍ତି। ଏହାଫଳରେ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ସୁପ୍ରିମ୍‌ କୋର୍ଟର  ବିଚାରପତି ହୋଇଥିବା ଭାରତର ପ୍ରଥମ ମହିଳା ଆଡ୍‌ଭୋକେଟ୍‌ ବିବେଚିତ ହୋଇଛନ୍ତି।

ସୁପ୍ରିମ୍‌ କୋର୍ଟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ବିଚାରପତିଙ୍କ ସଂଖ୍ୟା ୩୧ ଅନୁମୋଦିତ ହୋଇଥିବା ବେଳେ ଖଣ୍ଡପୀଠରେ ମାଲହୋତ୍ରା ଯୋଗ ଦେବା ପରେ ସୁପ୍ରିମ୍‌ କୋର୍ଟର ବିଚାରପତିଙ୍କ ସଂଖ୍ୟା ୨୫ ହୋଇଛି।

୬୧ ବର୍ଷୀୟ ମାଲହୋତ୍ରାଙ୍କୁ ସୁପ୍ରିମ୍‌ କୋର୍ଟର ୧ ନମ୍ବର କୋର୍ଟରେ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲା। ଏହାପରେ ସେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ବିଚାରରେ ଭାଗ ନେଇଛନ୍ତି।

ସ୍ୱାଧିନତା ପରେ ଶୀର୍ଷ କୋର୍ଟରେ ମାଲହୋତ୍ରା ହେଉଛନ୍ତି ୭ମ ମହିଳା ବିଚାରପତି। ଅନ୍ୟ ମହିଳା ବିଚାପତିମାନେ ହାଇକୋର୍ଟମାନଙ୍କରୁ ସୁପ୍ରିମ୍‌ କୋର୍ଟକୁ ଆସିଥିବା ବେଳେ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଆଇନ ପେସାରୁ ସିଧା ସୁପ୍ରିମ କୋର୍ଟକୁ ଆସିଛନ୍ତି।

୧୯୮୩ ମସିହାରେ ମାଲହୋତ୍ରା ଆଇନ ବୃତ୍ତିକୁ ପ୍ରବେଶ କରି ଦିଲ୍ଲୀ ବାର୍‌ କାଉନ୍‌ସିଲ୍‌ର ସଦସ୍ୟା  ହୋଇଥିଲେ ।

ସମ୍ବନ୍ଧିତ ଖବର