ଶପଥ ନେବେ ଇନ୍ଦୁ!

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ସୁପାରିସକୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ଗ୍ରହଣ କରିଥିବାରୁ ଶୁକ୍ରବାର ଇନ୍ଦୁ ମାଲହୋତ୍ରା ବିଚାରପତି ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ମାଲହୋତ୍ରାଙ୍କର ସୁପ୍ରିମକୋର୍ଟରେ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି। ଶପଥ ଗ୍ରହଣ କରିବା ପରେ ସେ ସୁପ୍ରିମକୋର୍ଟର ସପ୍ତମ ମହିଳା ବିଚାରପତି ହେବେ। କିନ୍ତୁ କଲେଜିୟମ ସୁପାରିସରେ ସେ ହେଉଛନ୍ତି ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି। ଏହା ପୂର୍ବରୁ ଜଷ୍ଟିସ୍‌ ଫତିମା ବିବି, ସୁଜାତା ମନୋହର, ରୂମା ପାଲ, ଜ୍ଞାନ ସୁଧା ମିଶ୍ର, ରଞ୍ଜନା ଦେଶାଇ ଓ ଆର୍‌ ଭାନୁମତି ଆଦି ୬ଜଣ ମହିଳା ବିଚାରପତି ସୁପ୍ରିମକୋର୍ଟରେ କାର୍ଯ୍ୟ କରିସାରିଛନ୍ତି।

ସମ୍ବନ୍ଧିତ ଖବର