ଆଶ୍ଚର୍ଯ୍ୟ! ମାତା-ପିତା ମରିବାର ୪ବର୍ଷ ପରେ ଜନ୍ମ ହେଲା ଶିଶୁ

ନୂଆଦିଲ୍ଲୀ: ଏମିତି କେବେ ହୋଇ ପାରିବ କି ମାତା-ପିତା ମରିବା ପରେ ମଧ୍ୟ ସେମାନଙ୍କ ସନ୍ତାନ ଜନ୍ମ ନେବ । ଏହି ଖବରଟି ଶୁଣିବା ପରେ ଅପଣଙ୍କୁ ଖବରଟି ମିଛ ଲାଗୁଥିବ । କିନ୍ତୁ ଚୀନ୍‌ରେ କିଛି ଏଭଳି ଘଟଣା ଘଟିଛି । ଯେଉଁଠି ମାତା-ପିତା ୪ବର୍ଷ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ମୁତ୍ୟୁ ୪ବର୍ଷ ପରେ ସେମାନଙ୍କ ସନ୍ତାନ ଜନ୍ମ ହୋଇଥିଲା ।

Pexels

ଏହା କିପରି ସମ୍ଭବ ସେ ନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ । ତେବେ ଶିଶୁଟିର ମାତା-ପିତା ସେମାନଙ୍କ ଶିଶୁ IVF (In vitro fertilisation) ଟେକ୍‌ନିକ୍‌ ମାଧ୍ୟମରେ ଜନ୍ମ ହେଉ ବୋଲି ଚାହୁଁଥିବାରୁ ଶିଶୁର ମା’ ଭ୍ରୁଣକୁ ପେଟରୁ କାଢ଼ି ସୁରକ୍ଷିତ ଭାବେ ବଢ଼ିବା ପାଇଁ ରଖି ଦେଇଥିଲେ । ଯାହା ପରେ ସେମାନଙ୍କ ମୃତ୍ୟୁବରଣ କରିବାର ୪ବର୍ଷ ପରେ ତାଙ୍କ ସନ୍ତାନ ଜନ୍ମ ନେଇଥିଲା । ଭ୍ରୁଣକୁ ମାଇନସ୍‌ ୧୯୬ ତାପମାତ୍ରାରେ ରଖାଯାଇଥିଲା । ମାତା-ପିତାଙ୍କ ମୃତ୍ୟୁ ପରେ ଶିଶୁକୁ ଜେଜେ ମା’-ଜେଜେ ବାପା ଏବଂ ଅଜା-ଆଇଙ୍କ ଦାୟିତ୍ୱରେ ଛଡ଼ା ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର