ମୁଣ୍ଡ ଉପରେ ନିର୍ବାଚନ, କିନ୍ତୁ ମହାରାଷ୍ଟ୍ର କଂଗ୍ରେସରେ ବଢିଚାଲିଛି ଗୋଷ୍ଠୀ ବିବାଦ

ମୁମ୍ବାଇ : ଆସନ୍ତା ଅକ୍ଟୋବର ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଶାସନରେ ଥିବା ବିଜେପି ନିର୍ବାଚନ ଜିତି ପୁଣି ଥରେ ଶାସନକୁ ଫେରିବାକୁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ମଧ୍ୟ ଶାସନକୁ ଫେରିବାକୁ ଆଶା ରଖିଛି । ନିର୍ବାଚନ ଜିଣିବାକୁ ବିଜେପି ବେଶ ଯୋଜନାବଦ୍ଧଭାବେ ଆଗଉଥିବାବେଳେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସରେ ଗୋଷ୍ଠୀବିବାଦ ଦିନକୁ ଦିନ ବଢିଚାଲିଛି । ରାଜ୍ୟ କଂଗ୍ରେସ ଏବେ ଦୁଇଟି ଶିବିରରେ ବାଣ୍ଟି ହୋଇଯାଇଛି- ଗୋଟିଏ ହେଉଛି ମିଳିନ୍ଦ ଦେଓରା ଗୋଷ୍ଠୀ ଓ ଅନ୍ୟଟି ହେଉଛି ସଂଜୟ ନିରୁପମ ଗୋଷ୍ଠୀ । ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ଚକ୍ରାନ୍ତ କରିବାରେ ବ୍ୟସ୍ତ । ଏହି ଗୋଷ୍ଠୀ ବିବାଦ କାରଣରୁ ଗତକାଲି ବଲିଉଡ ଅଭିନେତ୍ରୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

କଂଗ୍ରେସଦଳର ବୃହତ୍ତର ସ୍ୱାର୍ଥରକ୍ଷା ଦିଗରେ କାମ କରିବା ବଦଳରେ ମୁମ୍ବାଇ କଂଗ୍ରେସ ନିଜ ନିଜ ମଧ୍ୟରେ କନ୍ଦଳରେ ବ୍ୟସ୍ତ ରହିଛି ବୋଲି ଉର୍ମିଲା କହିଥିଲେ । କେବଳ ଉର୍ମିଲା ନୁହଁନ୍ତି ଆଉ କେତେକ ବରିଷ୍ଠ ନେତା ନିକଟ ଭବିଷ୍ୟତରେ ଦଳ ଛାଡିବା ସମ୍ଭାବନା ରହିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର