ସେନା ବିଫଳ କଲା ପାକ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ

ନୂଆଦିଲ୍ଲୀ: ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା ଜମ୍ମୁ-କାଶ୍ମୀରର ଏଲଓସିରେ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି | ତେବେ ପାକିସ୍ତାନ ବର୍ଡର ଆକ୍ସନ ଟିମ ଓ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ହାଜିପୁରା ସେକ୍ଟରରେ ଆତଙ୍କୀ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲେ |

ତେବେ ଭାରତୀୟ ସୁରକ୍ଷା କର୍ମୀ ଗ୍ରେନେଡ ମାଡ କରି ତାଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଦେଇଛନ୍ତି । କେବଳ ହାଜିପୁରା ନୁହେଁ ପାକ ବର୍ଡର ଆକ୍ସନ ଟିମର ବହୁବାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ଯବାନ ପଣ୍ଡ କରିଛନ୍ତି । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠୁ ପାକିସ୍ତାନ ସେନା ସୀମାରେ ଷଡଯନ୍ତ୍ର ଚଳାଇଛନ୍ତି ।


ଏଲଓସି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଏବେ ଆତଙ୍କବାଦୀ ଲଂଚପ୍ୟାଡ ସକ୍ରିୟ କରାଯାଇଛି । ଯେଉଁଠି ତାଲିମପ୍ରାପ୍ତ ୨୪୦ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି ।

ସମ୍ବନ୍ଧିତ ଖବର