ଆଇଏନଏସ୍‌ କିଲଟନ୍‌କୁ ନୌସେନାରେ ସାମିଲ୍ କଲେ ପ୍ରତିରକ୍ଷା ମନ୍ତ୍ରୀ

ବିଶାଖାପଟ୍ଟନମ୍ :ଭାରତର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଆଇଏନଏସ୍‌ କିଲଟନ୍‌କୁ ଭାରତୀୟ ନୌସେନାକୁ ସମର୍ପଣ କରିଛନ୍ତି।ବିଶାଖାାପଟନମ୍‌ଠାରେ ପୂର୍ବତଟ ନାଭାଲ କମାଣ୍ଡଠାରେ ଉପସ୍ଥିତ ରହି ପ୍ରତିରକ୍ଷା ମନ୍ତ୍ରୀ ଏହି ଔପଚାରିକତା ପୂରଣ କରିଛନ୍ତି। ଆଇଏନଏସ୍‌ କିଲ୍‌ଟନ୍‌କୁ ସବୁଠୁଁ ଘାତକ ଯୁଦ୍ଧ ଜାହାଜ ବୋଲି କୁହାଯାଉଛି। ଏହି ସମର୍ପଣ ଉତ୍ସବରେ ନୌସେନା ମୁଖ୍ୟ ଆଡ଼ମିରାଲ ସୁନୀଲ ଲାଂକା,ଫ୍ଲାଗ୍‌ ଅଫିସର ଏଚ୍‌ଏସ ବିଷ୍ଟ ଓ ଅନ୍ୟାନ୍ୟ ନୌସେନା ଅଧିକାରୀମାନେ ଉପସ୍ଥିତ ଥିଲେ।

photo-timesnow

ରିପୋର୍ଟ ଅନୁଯାୟୀ ଏହି ଯୁଦ୍ଧ ଜାହାଜର ଓଜନ ୩୫୦୦ଟନ୍‌ ଓ ଏହାର ଦୈର୍ଘ୍ୟ ୧୦୯ ମିଟର। ଏଥିରେ ଚାରିଟି ଡ଼ିଜେଲ୍‌ ଇଞ୍ଜିନ୍‌ ଲାଗିଛି।ଆଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍‌ସର ଯୁକ୍ତ ଏହି ଯୁଦ୍ଧଜାହାଜର ଘଣ୍ଟାପ୍ରତି ବେଗ ରହିଛି ୧୦୯ କିଲୋମିଟର। ଏଥିରେ ହେଲିକେପ୍ଟର ଲାଣ୍ଡିଂର ସୁବିଧା ମଧ୍ୟ ରହିଛି। ଏଥିରେ ରକେଟ୍‌ ଲଞ୍ଚ୍‌ର ମଧ୍ୟ ଲାଗିଛି। ଏହା ରାସାୟନିକ,ଜୈବିକ ଓ ପରମାଣୁ ଯୁଦ୍ଧ ସମୟରେ ମଧ୍ୟ ଯୁଦ୍ଧ କରିପାରେ। ନୌସେନାର ନାଭାଲ୍‌ ଡ଼ିଜାଇନ୍‌ ନିର୍ଦ୍ଦେଶାଳୟର ଡ଼ିଜାଇନ୍‌ ଉପରେ ପର୍ଯ୍ୟବସିତ କରାଯାଇ ଏହାର ନିର୍ମାଣ କରାଯାଇଛି। ଏହି ଯୁଦ୍ଧ ଜାହାଜରେ ଉଚ୍ଚସ୍ତରୀୟ ଷ୍ଟିଲ୍‌ ଡ଼ିଏମ୍‌ ଆର ୨୪୯ର ପ୍ରୟୋଗ ହୋଇଛି।

ତଟବର୍ତ୍ତୀ ଓ ଅଣତଟବର୍ତ୍ତୀ ଅଞ୍ଚଳର ସୁରକ୍ଷାକୁ ଆଖି ଆଗରେ ରଖିଏହି ଯୁଦ୍ଧ ଜାହାଜ ଆଇଏନଏସ୍‌ ତରାସାକୁ ମଧ୍ୟ କିଛି ସପ୍ତାହ ପୂର୍ବରୁ ଭାରତୀୟ ନୌସେନାରେ ସାମିଲ୍‌ କରାଯାଇଥିଲା। ଏହା ପୂର୍ବରୁ  ଆଇଏନଏସ୍‌ ତାର ମୁଗଲି ଓ ଆଇଏନଏସ୍‌ ଟିହାୟୁକୁ ୨୦୧୬ରେ ନୌସେନାରେ ସାମିଲ୍‌ କରାଯାଇଥିଲା ଏବଂ ଏହା ବିଶାଖାପଟ୍ଟନମ୍ଠାରେ ରହିଛି।

ସମ୍ବନ୍ଧିତ ଖବର