ବିଜେପିରେ ଯୋଗ ଦେଲେ ଦସ୍ୟୁ ବୀରାପ୍ପାନର ଝିଅ ବିଦ୍ୟା ରାଣୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ବୋଲି କହିଲେ

ଚେନ୍ନାଇ: କେତେକ ବ୍ୟକ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରା ଏବଂ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଉଛନ୍ତି। ଏହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ମହିଳା। ସେ ହେଲେ ଦସ୍ୟୁ ବୀରାପ୍ପାନର ଝିଅ ବିଦ୍ୟା ରାଣୀ। ସେ ତାମିଲନାଡ଼ୁର କ୍ରିଷ୍ଣଗିରିଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି। ଏଥିରେ କେବଳ ବିଦ୍ୟା ନୁହନ୍ତି, ବରଂ ତାଙ୍କ ସହ ଅନ୍ୟ ୧୦୦୦ କର୍ମୀ ମଧ୍ୟ ଯୋଗଦେଇଥିବା ଜଣାଯାଇଛି।

ଏହି ଅବସରରେ ବିଦ୍ୟା ରାଣୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁସବୁ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି ସେଥିରୁ ସାଧାରଣ ଲୋକେ ଲାଭ ପାଉଛନ୍ତି। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପନ୍‌ ରାଧାକ୍ରିଷ୍ଣନ୍‌ ପ୍ରାୟ ଦୁଇ ବର୍ଷ ତଳେ ଯେବେଠାରୁ ତାଙ୍କୁ ଲୋକଙ୍କ ସେବା ପାଇଁ ବିଜେପିରେ ଯୋଗ ଦେବାକୁ ଅନୁରୋଧ କରିଥିଲେ, ସେବେଠାରୁ ସେ ରାଜନୀତିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଦ୍ୟା ଆହୁରି ମଧ୍ୟ କହିଛନ୍ତି ଅବହେଳିତ ଲୋକଙ୍କ ପାଖରେ କିପରି ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପହଞ୍ଚିବ, ସେ ଦିଗରେ କାମ କରିବେ।

ସୂଚନାଯୋଗ୍ୟ, ବିଦ୍ୟା ରାଣୀ ଗତ ଏକ ବର୍ଷ ଧରି ଏକ ଟ୍ୟୁସନ୍‌ ସେଣ୍ଟର ଚଲାଉଛନ୍ତି। ସେ ଧର୍ମ ବା ଜାତିର ବାଛ ବିଚାର ନ କରି ଶିକ୍ଷା ମାଧ୍ୟମରେ ଗରିବଙ୍କ ସାହାଯ୍ୟ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର