ଭାରତୀୟ ସହରରେ ଆକ୍ରମଣ କରିବାକୁ ଅଲ୍‌-କାଏଦାର ଧମକ ଯୋଗୁଁ ଗୁଇନ୍ଦା ବିଭାଗର ତତ୍ପରତା

ନୂଆଦିଲ୍ଲୀ: ଦିଲ୍ଲୀ, କୋଲକାତା ଏବଂ ବେଙ୍ଗାଲୁରୁ ଆଦି ସହର ଉପରେ ଆକ୍ରମଣ କରିବାକୁ ଭାରତୀୟ ଉପମହାଦେଶରେ ଥିବା ଅଲ୍‌-କାଏଦା ଜିହାଦୀ ଲଢୁଆମାନଙ୍କୁ କହିଥିବା ଏକ ଭିଡିଓ ନିକଟରେ ପ୍ରସାରିତ ହେବା ପରେ ଭାରତୀୟ ନିରାପତ୍ତା ପ୍ରତିଷ୍ଠାନ ସତର୍କ ହୋଇ ଉଠିଛି।

ଏଥର ଭାରତୀୟ ସେନା ଉପସ୍ଥିତ ଥିବା ଛୋଟ ଏବଂ ନିରାପଦ ଅଞ୍ଚଳ କଶ୍ମୀର ବାହାରେ ଆକ୍ରମଣ କରିବାକୁ ଅଲ୍‌-କାଏଦା ମୁଖପାତ୍ର ଉସାମା ମହମଦ୍‌ କଶ୍ମୀରି ଲଢୁଆ ଏବଂ ଉପମହାଦେଶରେ ବସବାସ କରୁଥିବା ମୁସଲମାନମାନଙ୍କୁ କହିଛନ୍ତି। ଦିଲ୍ଲୀ, କୋଲକାତା ଏବଂ ବେଙ୍ଗାଲୁରୁରେ ଥିବା ସୈନିକମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ଉଚିତ ବୋଲି ସେ କହିବା ପରେ ସେ ଅଞ୍ଚଳ ସବୁରେ ଆବଶ୍ୟକ ଗୁଇନ୍ଦା ତରଫରୁ ସାବଧାନତା ଅବଲମ୍ବନ କରାଯାଇଛି।

ସେଭଳି ସଙ୍ଗଠନ ସବୁ ଆକ୍ରମଣ କରିବା ପୂର୍ବରୁ ଭାରତୀୟ ମୁଜାହିଦିନ ଗଣମାଧ୍ୟମ ସେଲ୍‌ର ମୁଖ୍ୟ ଏବଂ ୟାହୁ’ର ପୂର୍ବତନ କର୍ମଚାରୀ ମନ୍‌ସୁର୍‌ ଅସଗର ପୀରଭୟ ଆଇଏସ୍‌ଆଇର ସତର୍କତାମୂଳକ ପତ୍ର ଏବଂ ଇମେଲ୍‌ ଆଦି ଜାରି କରନ୍ତି। ୨୦୦୮ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ଦିଲ୍ଲୀ ବିସ୍ଫୋରଣ ଛଡ଼ା ଅହମଦାବାଦ ଏବଂ ଜୟପୁର ବିସ୍ଫୋରଣ ପୂର୍ବରୁ ମଧ୍ୟ ଏ ଭଳି ଇମେଲ୍‌ ମିଳିଥିଲା।

ଅଲ୍‌କାଏଦା ଭିଡିଓ ଜାରି ହେବା ପରେ ଉପରୋକ୍ତ ସହରଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି। ଗୁଇନ୍ଦାମାନେ ଚିନ୍ତିତ ଥିବା ସତ୍ତ୍ୱେ ଭୟଭୀତ ହୋଇ ନାହାନ୍ତି। କାରଣ ଏହି ଆତଙ୍କବାଦୀ ସଙ୍ଗଠନର କଶ୍ମୀରରେ ସେମିତି ଆଖିଦୃଶିଆ ଉପସ୍ଥିତି ନାହିଁ।

ସମ୍ବନ୍ଧିତ ଖବର