ବଜେଟ୍‌ ୨୦୧୯-୨୦ : ଭୋଟ୍ ପାଇଁ ଭଣ୍ଡାର

୨୭ ଲକ୍ଷ ୮୪ ହଜାର କୋଟିର ବ୍ୟୟବରାଦ

0 1,863

ନୂଆଦିଲ୍ଲୀ: ନିର୍ବାଚନକୁ ଆଖିରେ ରଖି ସରକାର ପ୍ରସ୍ତୁତ କରିଛନ୍ତି ବଜେଟ୍। ବିଭିନ୍ନ ବର୍ଗର ସମର୍ଥନ ହାସଲ ଲାଗି ଆପଣାଇଛନ୍ତି ସର୍ବଜନ ତୁଷ୍ଟିକରଣ ଫର୍ମୁଲା। ଚାଷୀ, ଶ୍ରମିକ ଓ ମଧ୍ୟବିତ୍ତ ବର୍ଗଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷକୁ ବଜେଟ ମାଧ୍ୟମରେ ଚାପି ଦେବା ଲାଗି ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର। ‘ଭୋଟ ଭଣ୍ଡାର’ର ଚାବିକାଠି ନିଜ ହାତରେ ରଖିବାକୁ ଏହା ଶେଷ ଅସ୍ତ୍ର।

ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା

ବ୍ୟକ୍ତିଗତ ଆୟକର ଛାଡ଼ସୀମା ୫ ଲକ୍ଷ

ଶ୍ରମିକଙ୍କ ପାଇଁ ମାସିକ ପେନସନ ୩ ହଜାର

୧) ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ଲାଗି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା
୨) ୨ ହେକ୍ଟର ପର୍ଯ୍ୟନ୍ତ ଚାଷଜମି ଥିବା କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ସହାୟତା‌ ମିଳିବ
୩) ଏହି ସହାୟତା ତିନିଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ
୪) ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ୍‌ ଖାତାକୁ ସିଧାସଳଖ ପଠାଇ ଦିଆଯିବ
୫) ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ
୬) ଏଥିପାଇଁ ବର୍ଷକୁ ୭୫ ହଜାର କୋଟି ଟଙ୍କା ବ୍ୟୟବରାଦ
୭) ଏହି ଯୋଜନାରେ ୧୨ କୋଟି ଚାଷୀ ଉପକୃତ ହେବେ
୮) ତେବେ ଭୂମିହୀନ ଚାଷୀଙ୍କୁ ଏହି ସହାୟତା ମିଳିବ ନାହିଁ
୯) ବ୍ୟକ୍ତିଗତ ଆୟକର ଛାଡ଼ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି
୧୦) ଆୟକର ହାରରେ କୌଣସି ପରିବର୍ତ୍ତନ ନାହିଁ
୧୧) ବ୍ୟାଙ୍କ୍‌/ଡାକଘର ଜମା ସୁଧ ଉପରେ ଛାଡ଼ ସୀମା ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି
୧୨) ଘରଭଡ଼ା ଉପରେ ଆୟକର ଛାଡ଼ ସୀମା ୧ ଲକ୍ଷ ୮୦ ହଜାରରୁ
୧୩) ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି
୧୪) ଗ୍ରାଚ୍ୟୁଇଟି ସୀମା ୨୦ ଲକ୍ଷରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି
୧୫) ୩ କୋଟି ମଧ୍ୟବିତ୍ତ ଆୟକରଦାତା ଉପକୃତ ହେବେ
୧୬) ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଶ୍ରମଯୋଗୀ ମାନଧନ ଯୋଜନା
୧୭) ଶ୍ରମିକମାନଙ୍କୁ ମାସିକ ୩ ହଜାର ଟଙ୍କା ପେନ୍‌ସନ୍‌ ମିଳିବ
୧୮) ୬୦ ବର୍ଷ ବୟସ ପରେ ଶ୍ରମିକମାନଙ୍କୁ ଏହି ପେନ୍‌ସନ୍‌ ମିଳିବ
୧୯) ୨୯ ବର୍ଷ ବୟସର ଶ୍ରମିକ ମାସକୁ ଦେବେ ୧୦୦ ଟଙ୍କା, ୧୮ ବର୍ଷ ବୟସର ଦେବେ ୫୫ ଟଙ୍କା
୨୦) କେନ୍ଦ୍ର ମଧ୍ୟ ସମପରିମାଣର ଟଙ୍କା ଦେବ
୨୧) ଏହି ଯୋଜନାରୁ ୧୦ କୋଟି ଅଣସଂଗଠିତ ଶ୍ରମିକ ଉପକୃତ ହେବେ
୨୨) ଆଗାମୀ ୫ ବର୍ଷରେ ଏହା ହେବ ଅଣସଂଗଠିତ କ୍ଷେତ୍ରରେ ବିଶ୍ବର ସବୁଠାରୁ ବଡ଼ ପେନ୍‌ସନ୍‌ ଯୋଜନା
୨୩) ରେଳଭଡ଼ାରେ କୌଣସି ପରିବର୍ତ୍ତନ ନାହିଁ
୨୪) ବ୍ରଡ୍‌ଗେଜ୍‌ ରେଳ ଲାଇନ୍‌ରୁ ସମ୍ପୂର୍ଣ୍ଣ ରୂପେ ମାନବବିହୀନ ଲେବଲ୍‌ କ୍ରସିଂ ଉଚ୍ଛେଦ
୨୫) ଚଳିତ ବର୍ଷରୁ ବନ୍ଦେ ଭାରତ ଏକ୍ସପ୍ରେସ
୨୬) ଗୋସମ୍ପଦ ରକ୍ଷା ପାଇଁ ‌ଜାତୀୟ କାମଧେନୁ ଆୟୋଗ ଏଥିପାଇଁ ୭୫୦ କୋଟି ଟଙ୍କା ବ୍ୟୟବରାଦ
୨୭) ମହିଳା ସୁରକ୍ଷା ଓ ସଶକ୍ତୀକରଣ ପାଇଁ ୧୩୩୦ କୋଟି ଟଙ୍କାର ବ୍ୟୟବରାଦ
୨୮) ପ୍ରତିରକ୍ଷା ବିଭାଗ ପାଇଁ ୩ ଲକ୍ଷ କୋଟିରୁ ଅଧିକ ବ୍ୟୟ ବରାଦ
୨୯) ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩.୩ % ହାସଲ ହୋଇପାରିବ ନାହିଁ
୩୦) ଚାଷୀମାନଙ୍କ ସହାୟତା ପାଇଁ ଚଳିତବର୍ଷ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାରୁ ବିତ୍ତୀୟ ନିଅଣ୍ଟ ୩.୪% ରହିବ
୩୧) ୨୦୨୦-୨୧ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩%

ସମ୍ବନ୍ଧିତ ଖବର

Leave A Reply

Your email address will not be published.