ନୂଆଦିଲ୍ଲୀ: ଆଉ ମାତ୍ର ମାସ କେଇଟା ପରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବାଜିଯିବ ବିଗୁଲ୍। ଏଥିପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି। ତେବେ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରରେ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲି ଆଉ ତିନି ସପ୍ତାହ ପରେ ସଂସଦରେ ଉପସ୍ଥାପିତ କରିବେ ଚଳିତ ସରକାରର ଶେଷ ତଥା ମଧ୍ୟବର୍ତ୍ତୀକାଳୀନ ବଜେଟ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ସଦ୍ୟ ସମାପ୍ତ ଦେଶର ପାଞ୍ଚଟି ରାଜ୍ୟ ପାଇଁ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରୁ ଦେଶର ମଧ୍ୟବିତ୍ତ ଗୋଷ୍ଠୀ ମୋଦି ସରକାର ଉପରୁ ନିଜର ଆସ୍ଥା ହରାଇଥିବା ଏକରକମ ପ୍ରମାଣିତ ହୋଇଯାଇଛି। ପୁଣି ଯେତେ ଅସ୍ୱୀକାର କଲେ ବି ମୋଦିଙ୍କ ବିମୁଦ୍ରାୟନ ଦେଶର ମଧ୍ୟବିତ୍ତ ଗୋଷ୍ଠୀକୁ ଅସନ୍ତୁଷ୍ଟ କରିଥିବା ଜଣା ପଡ଼ିଯାଇଛି।
ଏହି ସତ୍ୟକୁ ହୃଦୟଙ୍ଗମ କରି ନିର୍ବାଚନୀ ରାଜନୀତିରେ ବେଶ ବିଚକ୍ଷଣ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥାପିତ ହେବାକୁ ଥିବା ତାଙ୍କ ସରକାରର ଶେଷ ବଜେଟକୁ ନିର୍ବାଚନୀ ବହ୍ମାସ୍ତ୍ର ରୂପେ ପ୍ରୟୋଗ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି କ୍ରମରେ ଦେଶର ମଧ୍ୟବିତ୍ତ ଗୋଷ୍ଠୀକୁ ପୁଣିଥରେ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବଜେଟରେ ଗୃହଋଣ, ଆୟକର ଓ ପେନସନରେ ଅନେକ ସୁବିଧା ଓ ରିହାତି ଦେବାକୁ ଯୋଜନା ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବା ପାଇଁ ମିଳିଛି।
ମିଳଥିବା ସୂଚନା ଅନୁଯାୟୀ ଆଗତ ହେବାକୁ ଥିବା ଶେଷ ବଜେଟରେ ମୋଦି ଦେଶର ମଧ୍ୟବିତ୍ତ ଗୋଷ୍ଠୀକୁ ଏହି ସବୁ ସୁବିଧା ଓ ରିହାତି ପ୍ରଦାନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।
୧. ସଞ୍ଚୟ ସୀମା ବୃଦ୍ଧି
୨. ପେନ୍ସନଧାରୀମାନଙ୍କୁ ଟିକସ ରିହାତି
୩. ଗୃହଋଣରେ ସୁଧହାର ହ୍ରାସ
୪. ବେତନଧାରୀମାନଙ୍କ ପାଇଁ ଆୟକରରେ ରହାତି ସହ ଟିକସ ପରିମାଣରେ ହ୍ରାସ
#EXCLUSIVE | Exactly a week ago PM Modi had said, “We need to change our thinking towards the middle class”. @29_ruchibhatia now learns that besides the 10% reservation cleared yesterday, the middle class will also be wooed in the upcoming budget via tax benefits. Listen in! pic.twitter.com/CCqnu9QKeW
— ET NOW (@ETNOWlive) January 8, 2019
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦି ଗତ ସପ୍ତାହରେ ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ଅବସରରେ କହିଥିଲେ ଯେ, ସାଂପ୍ରତିକ ପରିସ୍ଥିତିରେ ଦେଶର ମଧ୍ୟବିତ୍ତମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ତେଣୁ, ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦି ଏବେ ମଧ୍ୟବିତ୍ତମାନଙ୍କ ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା କରି ସେମାନଙ୍କୁ ଖୁସି କରିବାକୁ ଚାହୁଁଥିବା ଆଲୋଚନା ହେଉଛି।