ଏଇଟା କେବଳ ଟ୍ରେଲର୍‌, ନିର୍ବାଚନ ପରେ ଫିଲ୍ମ : ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଦିନକୁ ମାତ୍ର ୧୭ଟଙ୍କା!, ଚାଷୀମାନଙ୍କ ପ୍ରତି ଅପମାନ : ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ

୨୦୧୯ର ଏହି ଅନ୍ତରୀଣ ବଜେଟ୍‌ କେବଳ ଏକ ଟ୍ରେଲର୍‌। ଲୋକସଭା ନିର୍ବାଚନ ପରେ ବିକାଶର ନୂତନ ରାସ୍ତା ଉନ୍ମୋଚିତ ହେବ। ଏହି ଅନ୍ତରୀଣ ବଜେଟ୍‌ରେ ସବୁ ବର୍ଗର ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖାଯାଇଛି। ୧୨ କୋଟି ଚାଷୀ, ୩ କୋଟି ମଧ୍ୟବିତ୍ତ ପରିବାର ଏବଂ ୩୦ରୁ ୪୦ କୋଟି ଶ୍ରମିକ ଏହି ବଜେଟ୍‌ ଦ୍ବାରା ଉପକୃତ ହେବେ। ଏହି ବଜେଟ୍‌ ୧୩୦ କୋଟି ଭାରତୀୟଙ୍କ ଲକ୍ଷ୍ୟ ପୂରଣ କରିବା ଦିଗରେ ସହାୟକ ହେବ।

ଦିନକୁ ମାତ୍ର ୧୭ଟଙ୍କା!, ଚାଷୀମାନଙ୍କ ପ୍ରତି ଅପମାନ : ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ

ଅନ୍ତରୀଣ ବଜେଟ୍‌ରେ ସରକାର କୃଷକଙ୍କୁ ପ୍ରତାରିତ କରିଛନ୍ତି। ଏନ୍‌ଡିଏ ସରକାର ୫ ବର୍ଷର ଶାସନ କାଳରେ କୃଷକଙ୍କ ସ୍ଥିତିକୁ ତଳିତଳାନ୍ତ କରିଦେଇଛନ୍ତି। ଏବେ କୃଷକଙ୍କ ପାଇଁ ଯେଉଁ ୬ ହଜାର ଟଙ୍କା ବାର୍ଷିକ ସହାୟତା ରାଶି ଘୋଷଣା କରାଯାଇଛି ତାହା କୃଷକ ପରିବାରକୁ ଦୈନିକ ହିସାବରେ ମାତ୍ର ୧୭ ଟଙ୍କା ଲେଖାଏଁ ମିଳିବ। ଏଭଳି ସହାୟତା ଘୋଷଣା କରି ମୋଦୀ ସରକାର ସେମାନଙ୍କୁ ଅପମାନିତ କରିଛନ୍ତି। ବିଗତ ୫ ବର୍ଷରେ ସରକାରଙ୍କ ଅହଙ୍କାର ଯୋଗୁଁ ହିଁ କୃଷକଙ୍କ ଅବସ୍ଥା ଶୋଚନୀୟ ହୋଇଛି। ଏହି ବଜେଟ୍‌ ସଂପୂର୍ଣ୍ଣ ପ୍ରତାରଣାପୂର୍ଣ୍ଣ ଏବଂ ସରକାରଙ୍କ ବିରୋଧରେ ଆଗକୁ ସର୍ଜିକାଲ ଷ୍ଟ୍ରାଇକ୍‌ ହେବ।

ଭିଜନ୍ ୨୦୩୦

ଭାରତକୁ ୧୦ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରାଯିବ
ଡିଜିଟାଲ୍ ଭାରତର ନିର୍ମାଣ
ଭାରତକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଇଲେକ୍ଟ୍ରିକ୍ ଯାନ
ଗ୍ରାମାଞ୍ଚଳ ଶିଳ୍ପାୟନର ପ୍ରସାରଣ
ନଦୀଗୁଡ଼ିକୁ ସ୍ବଚ୍ଛ କରାଯିବ ସହିତ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା
ସାଗରମାଳା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ
ଉପକୂଳ ଓ ସମୁଦ୍ର ମାର୍ଗ ଜରିଆରେ ବିକାଶକୁ ଆହୁରି ସଶକ୍ତ କରାଯିବ
୨୦୨୨ ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପଠାଯିବ
8ଖାଦ୍ୟରେ ଆତ୍ମନିର୍ଭରଶୀଳ ହେବା ସହିତ ସର୍ବାଧିକ ଜୈବିକ ଖାଦ୍ୟ ଉତ୍ପାଦନ ଏବଂ ରପ୍ତାନି ପରିମାଣ ବୃଦ୍ଧି
ସ୍ବଚ୍ଛ ଓ ସୁସ୍ଥ ଭାରତ ଗଠନ
ପ୍ରଶାସନକୁ ଅଧିକ ସ୍ବଚ୍ଛ ଓ ପ୍ରଭାବଶାଳୀ କରାଯିବ

କିଏ ହସିବ
ଚାଷୀ, ଟିକସଦାତା, ଶ୍ରମିକ ଓ କର୍ମଚାରୀ, ଗ୍ରାମାଞ୍ଚଳବାସୀ, ପଶୁ ସମ୍ପଦ ଚାଷୀ, ରିଅଲ ଇଷ୍ଟେଟ୍‌ କଂପାନି, ଗାଡ଼ି ନିର୍ମାତା,

କିଏ କାନ୍ଦିବ
ଭୂମିହୀନ ଚାଷୀ, ବଣ୍ଡ୍‌ ନିବେଶକ

ସମ୍ବନ୍ଧିତ ଖବର