ନୂଆଦିଲ୍ଲୀ : ଲାଞ୍ଚ ମାମଲାରେ ଫସିଥିବା ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ। ଦିଲ୍ଲୀ ହାଇକୋର୍ଟ ସୋମବାର ଏହି ରାୟ ଦେଇ ଅସ୍ଥାନାଙ୍କୁ ଆଶ୍ବସ୍ତି ଦେଇଛନ୍ତି। ଅନ୍ୟପକ୍ଷରେ ଏତଲା ବାତିଲ ନେଇ ଅସ୍ଥାନା ଓ ସିବିଆଇ ଡିଏସ୍ପି ଦେବେନ୍ଦ୍ର କୁମାରଙ୍କ ପକ୍ଷରୁ ହୋଇଥିବା ଆବେଦନର ଜବାବ ଦାଖଲରେ ବିଳମ୍ବ ପାଇଁ ବିଚାରପତି ନଜ୍ମି ୱାଜିରିଙ୍କ ଖଣ୍ଡପୀଠ ସିବିଆଇକୁ ତାଗିଦ୍ କରିଛନ୍ତି। ସିବିଆଇ ଏ ନେଇ ଅଧିକ ସମୟ ଲୋଡ଼ିଛି। ଦେବେନ୍ଦ୍ର କୁମାର ଜାମିନ ପାଇଁ ଆଜି ଏକ କୋର୍ଟରେ ଆବେଦନ କରିଛନ୍ତି। ଆସନ୍ତାକାଲି ତାଙ୍କ ଆବେଦନର ଶୁଣାଣି ହେବ ବୋଲି ଜଣାପଡ଼ିଛି।