ଅନ୍ତର୍ଜାତୀୟ ମହିଳା ଦିବସରେ ଦିଲ୍ଲୀ ବିମାନବନ୍ଦରରେ ଆରମ୍ଭ ହେଲା ସ୍ବତନ୍ତ୍ର କ୍ୟାବ୍ ସେବା, ଡ୍ରାଇଭିଙ୍ଗ୍ ସିଟରେ ରହିବେ ମହିଳା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତର ରାଜଧାନୀ ଦିଲ୍ଲୀରେ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଯେଉଁ ମହିଳାମାନେ ବିମାନରେ ଯାତ୍ରା କରୁଛନ୍ତି, ସେମାନଙ୍କୁ ଏବେ ନିଜ ଘରେ ପହଞ୍ଚିବାରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ। ଅନେକ ସମୟରେ ବିମାନବନ୍ଦରକୁ ଆସୁଥିବା ସମୟରେ ଏବଂ ବିମାନବନ୍ଦରରୁ ଯାଉଥିବା ସମୟରେ ମହିଳାମାନେ ଅସଦାଚରଣର ଏବଂ ଦୁଷ୍କର୍ମର ଶିକାର ହେଉଥିବା ଖବର ସାମ୍ନାକୁ ଆସିଛି। ଏହି ସବୁ ସମସ୍ୟାକୁ ଏଡ଼ାଇବା ପାଇଁ ଏବେ ଦିଲ୍ଲୀ ବିମାନବନ୍ଦରରେ ଅଲ୍ ୱମେନ୍ କ୍ୟାବର ବ୍ୟବସ୍ଥା କରାଯାଇଛି। ଯାହାର ନାଁ ରଖାଯାଇଛି, ହ୍ବିଲ୍ସ ଉଇଥ୍ ହ୍ବିଲ୍ସ। ଏହି କ୍ୟାବ୍ ଯୋଗେ ମହିଳାମାନେ ବିମାନବନ୍ଦରରୁ ଦିଲ୍ଲୀର କୌଣସି ସ୍ଥାନକୁ ଯାଇ ପାରିବେ।

रोजगार का बेहतरीन साधन
oneindia.com

ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ନିଜର ସହଯୋଗୀ ‘ସଖା’ ସହ ମିଶି ଏହି କ୍ୟାବ ସେବାର ଶୁଭାରମ୍ଭ କରିଛି। ମହିଳା କ୍ୟାବ୍ ଚାଳକଙ୍କ ଦ୍ବାରା ମହିଳା ଯାତ୍ରୀଙ୍କୁ ସୁରକ୍ଷିତ ଘରେ ପହଞ୍ଚ‌ାଇବାର ଉଦ୍ଦେଶ୍ୟ ନେଇ ଏହି ସେବାକୁ ଆରମ୍ଭ କରାଯାଇଛି। ‘ସଖା’ର କନସଲଟିଙ୍ଗ୍ ଉଇଙ୍ଗସର ସିଇଓ ଅରବିନ୍ଦ ବଡେରାଙ୍କ କହିବା ମୁତାବକ, ଏହି ସେବା ମୁଖ୍ୟତଃ ମହିଳାମାନଙ୍କ ପାଇଁ ଆରମ୍ଭ କରାଯାଇଛି। କିନ୍ତୁ ଯଦି ମହିଳାମାନଙ୍କ ସହ ସେମାନଙ୍କ ପୁରୁଷ ବନ୍ଧୁ ବା ସ୍ବାମୀ ରହିଛନ୍ତି, ତେବେ ସେମାନେ ମଧ୍ୟ ଏଥିରେ ଯାତ୍ରା କରି ପାରିବେ। ଅନ୍ୟ ପକ୍ଷରେ, ଆଜାଦ ଫାଉଣ୍ଡେସନ ନାମକ ଏକ ସଂସ୍ଥାଠାରୁ ମହିଳା ଚାଳକମାନଙ୍କୁ ଅଣାଯାଇ କାମରେ ଲଗାଯାଇଛି। ଏହି ସଂସ୍ଥା ଆର୍ଥିକ ସ୍ତରରେ ଦୁର୍ବଳ ଥିବା ମହିଳାଙ୍କୁ ଗାଡ଼ି ଚଳାଇବା ଶିଖାଇ ରୋଜଗାରକ୍ଷମ କରାଇଥାଏ।

ସମ୍ବନ୍ଧିତ ଖବର