ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ ଇଡିର ଖୁଲାସା

୭୭୫ କୋଟି ହାଓ୍ଵଲା କାରବାରରେ ପିଟର-ଇନ୍ଦ୍ରାଣୀ ସଂପୃକ୍ତ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ କମ୍ପାନି ମାଧ୍ୟମରେ ଶିନାବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ଓ ପିଟର ମୁର୍ଖାଜୀ ୭୭୫ କୋଟି ଟଙ୍କା ବିଦେଶକୁ ପଠାଇଥିବା ଜଣାପଡ଼ିଛି। ଏନେଇ ଆଜି ଉଭୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଜେରା କରିଛି । ୨୦୦୯ରେ ଏହି କମ୍ପାନି ବିକ୍ରି ହେବା ପୂର୍ବରୁ ଇନ୍ଦ୍ରାଣୀ ଓ ପିଟର ଉଭୟେ ପ୍ରାୟ ୭୭୫ କୋଟି ଟଙ୍କା ହାଓ୍ଵଲା ମାଧ୍ୟମରେ ବିଦେଶକୁ ପଠାଇଥିବା ପ୍ରମାଣ ମିଳିଛି। ଗୁରୁବାର ଇଡି ଇନ୍ଦ୍ରାଣୀଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି । ୨୦୦୮ ମସିହାରେ ବିଦେଶୀ ପୁଞ୍ଜିନିବେଶ ପ୍ରୋତ୍ସାହନ ବୋର୍ଡ ମାଧ୍ୟମରେ ଆଇଏନ୍‌ଏକ୍ସ ମିଡିଆକୁ ମୁଂଜରି ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ମେ’ ମାସରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦମ୍ବରମ, ଇନ୍ଦ୍ରାଣୀ,ପିଟର ଓ ଅନ୍ୟ ଅର୍ଥବିଭାଗ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ରେର ସ୍କଟଲ୍ୟାଣ୍ଡ, ବ୍ରିଟେନ୍‌ ଓ ନ୍ୟୁଜିଲ୍ୟାଣ୍ଡ ଯାଏଁ ଲମ୍ବିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର