ଆଇଏନ୍‌ଏକ୍ସ ମିଡିଆ ମାମଲା: ଚିଦମ୍ବରମଙ୍କ ବିରୋଧରେ ମାମଲା ପାଇଁ ସିବିଆଇକୁ ମଂଜୁରି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କ ବିରୋଧରେ ମାମଲା ଚଳାଇବାକୁ ସିବିଆଇକୁ ଆଜି ମଂଜୁରି ମିଳିଛି। ଆଇନ ମନ୍ତ୍ରାଳୟ ଏ ବାବଦ ମଂଜୁରି ପ୍ରଦାନ କରିଥିବା ଜଣାପଡ଼ିଛି। ସିବିଆଇ ୨୫ ଜାନୁଆରିରେ ଦିଲ୍ଲୀ ହାଇକୋର୍ଟରେ ଆଇଏନ୍‌ଏକ୍ସ ମିଡିଆ ମାମଲରେ ଚିଦମ୍ବରମଙ୍କୁ ହାଜତକୁ ନେଇ ଜେରା କରିବାକୁ ଦୃଢ଼ ଯୁକ୍ତି କରିଥିଲା। ଏହି ମାମଲାରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ସିବିଆଇର ପକ୍ଷ ରଖିଥିବା ସଲିସିଟର ଜେନେରାଲ ତୁଷାର ମେହଟା ଚିଦମ୍ବରମଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯିବାକୁ ମଧ୍ୟ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର