ଆଇଏନ୍‌ଏକ୍ସ୍‍ ମିଡିଆ ମାମଲା: ପ୍ରବର୍ତ୍ତନ ନିର୍ଦେଶାଳୟରୁ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଚିଦମ୍ବରମ୍‌

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଆର୍ଥିକ ଦୁର୍ନୀତି ମାମଲାରେ ଜାମିନ ପାଇବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି।

ସିବିଆଇ ଦାଏର କରିଥିବା ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦମ୍ବରଙ୍କୁ ସୁପ୍ରିମ୍‌ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ଗିରଫ ହେବାର ପ୍ରାୟ ଦୁଇ ମାସ ପରେ ଚିଦମ୍ବରମ୍‌ଙ୍କୁ ସୁପ୍ରିମ୍‌ କୋର୍ଟରୁ ଆଶ୍ୱସ୍ତି ମିଳିଛି।

ଏହି ମାମଲାରେ ଚିଦମ୍ବରମ୍‌ଙ୍କୁ ଜାମିନ ଦେବାକୁ ମନା କରି ଦିଲ୍ଲୀ ହାଇକୋର୍ଟ ସେପ୍ଟେମ୍ବର ୩୦ ତାରିଖ ଦିନ ରାୟ ଶୁଣାଇଥିବା ରାୟକୁ ଜଷ୍ଟିସ୍‌ ଆର୍‌ ବାନୁମତୀ ଖାରଜ କରିଥିଲେ।

ତଦନ୍ତକାରୀ ଅଧିକାରୀ ଯେତେବେଳେ ଏବଂ ଯେଉଁଠାକୁ ଡାକିବେ ଚିଦମ୍ବରମ୍‌ ହାଜର ହେବେ ବୋଲି ସୁପ୍ରିମ୍‌ କୋର୍ଟ କହିଥିଲେ।

ସମ୍ପ୍ରତି ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତରେ ଥିବାରୁ ଚିଦମ୍ବରଙ୍କ ଜେଲ୍‌ ରହଣି ପୂର୍ବବତ୍‌ ବଳବତ୍ତର ରହିଛି।

ସମ୍ବନ୍ଧିତ ଖବର