ଆଇଏନ୍‌ଏକ୍ସ ମିଡିଆ ମାମଲା: ଜୁଲାଇ ୩ ତାରିଖ ଯାଏଁ ସିବିଆଇ ଗିରଫଦାରିରୁ ବର୍ତ୍ତିଲେ ପି ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଜୁଲାଇ ୩ ତାରିଖ ଯାଏଁ ସିବିଆଇ ଗିରଫଦାରିରୁ ଆଜି ରକ୍ଷା ପାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌। ସେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ଏକ ଅଦାଲତ ସିବିଆଇକୁ ନିର୍ଦେଶ ଦେଇଛନ୍ତି।

ଏୟାର୍‌ସେଲ୍‌-ମ୍ୟାକ୍ସିସ୍‌ କଳାଟଙ୍କା ଧଳା କରିବା ମାମଲାରେ ଗିରଫଦାରିରୁ ସୁରକ୍ଷା ପାଇବାକୁ ଗତକାଲି ଚିଦାମ୍ବରମ୍‌ ଦିଲ୍ଲୀ ହାଇକୋର୍ଟରେ ନିବେଦନ କରିଥିଲେ। ସ୍ପେସାଲ୍‌ ଜଜ୍‌ ଓ ପି ସଇନିଙ୍କ ପାଖରେ ବରିଷ୍ଠ କଂଗ୍ରେସ ନେତା ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଜୁନ୍‌ ୫ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ ସ୍ପେସାଲ୍‌ ଜଜ୍‌ ତାଙ୍କୁ ନିର୍ଦେଶ ଦେଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ତାଙ୍କୁ ସେହି ଦିନ ହାଜର ହେବାକୁ ପୂର୍ବରୁ କହିଥିଲା।

ଏ ବାବଦରେ ଜୁନ୍‌ ୫ ତାରିଖ ସୁଦ୍ଧା ଜବାବ ଦେବାକୁ ଅଦାଲତ ପ୍ରବର୍ତ୍ତନ ନିର୍ଦେଶାଳୟକୁ ନୋଟି ଜାରି କରିବା ସହ ସେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର