କାନ୍‌ପୁର ସିଟି ଏସ୍‌ପି ସୁରେନ୍ଦ୍ର କୁମାର ଦାସଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କାନ୍‌ପୁର: ଉତ୍ତରପ୍ରଦେଶର ଶିଳ୍ପ ସହର କାନ୍‌ପୁରର ଏସ୍‌ପି ସୁରେନ୍ଦ୍ର କୁମାର ଦାସ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ କାନପୁରରେ ରିଜେନ୍ସି ହସ୍ପିଟାଲ୍‌ର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡା.ରାଜେଶ୍‌ ଅଗ୍ରଓ୍ଵାଲ୍‌ କହିଛନ୍ତି, ବୁଧବାର ସକାଳ ୬ଟା ସମୟରେ ଏସ୍‌ପି ସୁରେନ୍ଦ୍ର ଦାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟଜନକ ରହିଛି।ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି।

କାନ୍‌ପୁରର ଏସ୍‌ଏସ୍‌ପି ସଂଜୀବ ସୁମନ ଜଣାଇଛନ୍ତି କି ଗତ କିଛି ଦିନ ହେବ ପାରିବାରିକ ସମସ୍ୟା ନେଇ ସେ ଚିନ୍ତିତ ଥିଲେ। ଗଣମାଧ୍ୟମକୁ ସୁମନ କହିଛନ୍ତି କି ,ଆଜି ଭୋର ୪ଟା ସମୟରେ ଏସ୍‌ପି ସୁରେନ୍ଦ୍ର କୁମାର ଦାସ ବିଷ ପିଇ ଦେଇଥିବା ଖବର ପାଇଥିଲୁ। ଏହାପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା।

୨୦୧୪ ବ୍ୟାଚ୍‌ ଆଇପିଏସ୍‌ ସୁରେନ୍ଦ୍ର କୁମାର ଦାସଙ୍କ ପରିବାର ଲକ୍ଷ୍ନୌରେ ରହୁଥିବାବେଳେ ସେ କାନପୁରରେ ଅବସ୍ଥାପିତ ଥିଲେ। ତେବେ ସୁରେନ୍ଦ୍ର କୁମାର ଦାସ ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର