ଇରାନର ଜାହାଜ ଛାଡିବାକୁ ରାଜି ହେଲା ବ୍ରିଟେନ !

ଓ୍ଵାସିଂଟନ : ଉପସାଗରୀୟ ଅଞ୍ଚଳରେ ଇରାନକୁ ନେଇ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଛି । ଏ ଅଞ୍ଚଳରେ ନିଜର ସାମରିକ ଶକ୍ତି ବୃଦ୍ଧି କରିବାଲାଗି ଆମେରିକା ସୋମବାରଦିନ ନିଜର ଏକ ଯୁଦ୍ଧ ଜାହାଜ ପଠାଇଛି । ଏହାର ନାଁ ହେଉଛି ଏଚଏମଏସ କେଣ୍ଟ । ଏହି ଯୁଦ୍ଧ ଜାହାଜ ଉପସାଗରୀୟ ଅଂଚଳରେ ଥିବା ଆମେରିକା ଓ ତାହାର ମିତ୍ର ଦେଶମାନଙ୍କ ତୈଳବାହୀ ଜାହାଜ ଓ ଅନ୍ୟ ସମ୍ପତ୍ତିର ସୁରକ୍ଷା କରିବ ।

ଅନ୍ୟପକ୍ଷରେ ଇରାନ ଆଜି କହିଛି ଯେ ବ୍ରିଟେନ ପକ୍ଷରୁ ଗତ ଜୁଲାଇ ୪ରୁ ଅଟକ ରଖାଯାଇଥିବା ତାହାର ତୈଳବାହୀ ଜାହାଜ ଗ୍ରେସ-୧ ସୁପରଟ୍ୟାଙ୍କରକୁ ଛାଡିବାକୁ ବ୍ରିଟେନ ରାଜି ହୋଇଛି । ତେବେ ବ୍ରିଟେନ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ । ଜୁଲାଇ ୪ ରେ ବ୍ରିଟେନ ଇରାନୀ ଜାହାଜକୁ ଅଟକ ରଖିବାର ଦୁଇ ସପ୍ତାହ ପରେ ଇରାନ ମଧ୍ୟ ବ୍ରିଟିଶ ପତାକା ଲାଗିଥିବା ଏକ ତୈଳବାହୀ ଜାହାଜ ଷ୍ଟେନା ବଲକ କୁ ଅଟକ ରଖିଥିଲା । ଏବେ ବି ଏହି ବିବାଦର ସମାଧାନ ହୋଇପାରିନାହିଁ । ତେବେ ପରସ୍ପରର ଜାହାଜ ଛାଡିବାକୁ ବ୍ରିଟେନ ଓ ଇରାନ ମଧ୍ୟରେ ବୁଝାମଣା ହୋଇଥିବା ସୂଚନା ମିଳିଛି

ସମ୍ବନ୍ଧିତ ଖବର