ଆମେରିକା, ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ୍‌ର ଧମକ

ଲଣ୍ଡନ: ଇରାନ୍‌ ବିରୋଧରେ ଅତି କଠୋର କଟକଣା ଲାଗୁ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ଚେତାବନୀ ପରେ ଆଜି ଇରାନ୍‌-ଆମେରିକା ଉତ୍ତେଜନା ଚରମରେ ପହଞ୍ଚିଛି। ଇରାନ୍‌ ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ ଆମେରିକା ଏବଂ ଇସ୍ରାଏଲ ପ୍ରତିଷ୍ଠାନ ଉପରେ ଜୋର୍‌ଦାର ଆକ୍ରମଣ କରାଯିବ ବୋଲି ଆଜି ଇରାନ୍‌ ଧମକ ଦେଇଛି। ଆମେରିକାର ଆର୍ଥିକ କଟକଣାକୁ ଭୃକ୍ଷେପ କରୁନଥିବା ଇରାନ୍‌ ଆଜି କହିଛି ଯେ ଆମେରିକାର ଯେ କୌଣସି କଟକଣାକୁ ସମ୍ମୁଖୀନ ହେବାକୁ ଇରାନ୍‌ର ପର୍ଯ୍ୟାପ୍ତ କ୍ଷମତା ରହିଛି ଏବଂ ଏହା ଇରାନ୍‌ର ଅର୍ଥନୀତିକୁ ଭୁଶୁଡ଼ାଇ ପାରିବ ନାହିଁ। ଇରାନ୍‌ ଓ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଏହାର ପ୍ରଭାବ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉପରେ ପଡ଼ିବା ଆରମ୍ଭ ହୋଇଛି। ଇରାନ୍‌ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କର ଜଣେ ଘନିଷ୍ଠ ସହଯୋଗୀ ଆଜି କହିଛନ୍ତି ଯେ ଇରାନ୍‌ ସହ ଯୁଦ୍ଧକଲେ ଆମେରିକାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଇରାନ୍‌ ସେନା ପକ୍ଷରୁ ମଧ୍ୟ ଜାରି ଏକ ବିବୃତିରେ କୁହାଯାଇଛି ଇସ୍ରାଏଲର ସହରଗୁଡ଼ିକ ଉପରେ ଇରାନ୍‌ ତତ୍କାଳ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ସମର୍ଥ।

ସମ୍ବନ୍ଧିତ ଖବର