ବଦଳିବ ଏସି କୋଚ୍‌ର ଚେହେରା ,ଗୋଟେ ବଗି ପାଇଁ ରେଳ ମନ୍ତ୍ରାଳୟ ଖର୍ଚ୍ଚ କରିବ ୧୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଟ୍ରେନର ଏସି କୋଚ୍‌ରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଏବେ ଖୁସି ଖବର । ଏବେ ଭାରତୀୟ ରେଳ ଟ୍ରେନ୍‌ରେ ଥିବା ଏସି କୋଚ୍‌ରେ ସୁଧାର ଆଣିବା ପାଇଁ କୋଚ ପିଛା ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । ପୂର୍ବରୁ ଏସି କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ କୋଚ୍‌ର ରକ୍ଷଣାବେକ୍ଷଣ ଏବଂ ଏଥିରେ ଉପଲବ୍ଧ ହେଉଥିବା ସୁବିଧାକୁ ନେଇ ଅନେକ ଥର ଅଭିଯୋଗ କରିଥିବା ବେଳେ ଏବେ ଏହି ସମସ୍ୟାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ସୁଧାର ଆଣିବାକୁ ଯାଉଛି ।

Civilsdaily

ଭାରତୀୟ ରେଲ୍‌ବାଇ ଟ୍ରେନ୍‌ରେ ଥିବା ସବୁ ଏସି କୋଚ୍‌କୁ ଏକ ନୂଆ ରୂପ ଦେବାକୁ ଯାଉଛି । ଜଣେ ବରିଷ୍ଠ ରେଳ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟର ନାଁ କିଛି ଦିଆ ଯାଇ ନଥିବା ବେଳେ ଭାରତୀୟ ରେଳବାଇ ତରଫରୁ ଏହି ପ୍ରୋଜେକ୍ଟକୁ ଅନୁମତି ମିଳି ସାରିଛି । ଯାହା ଦ୍ୱାରା ଭାରତରେ ଚାଲୁଥିବା ସବୁ ଟ୍ରେନ୍‌ର ଏସି କୋଚ୍‌ଗୁଡ଼ିକୁ ଏକ ନୂଆ ରୂପ ଦିଆଯିବ । ଏହା ଦ୍ୱାରା ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଶୌଚାଳୟଠାରୁ ଆରମ୍ଭ କରି ଶୋଇବା ସ୍ଥାନ ପର୍ଯ୍ୟନ୍ତ ସବୁକୁ ନୂଆ ରୂପ ଦେବ ଭାରତୀୟ ରେଳବାଇ ।

ସମ୍ବନ୍ଧିତ ଖବର