୩୫ଟଙ୍କା ପାଇଁ ୨ବର୍ଷ ପର୍ଯ୍ୟନ୍ତ ଲଢ଼ିଲେ ଇଞ୍ଜିନିୟର, ଏବେ ୨ଟଙ୍କା ପାଇଁ ଲଢ଼ିବେ

କୋଟା : କୋଟାରେ ରହୁଥିବା ଇଞ୍ଜିନିୟର ସୁଜୀତ ସ୍ୱାମୀଙ୍କୁ ୨ବର୍ଷର ଲମ୍ବା ଲଢ଼େଇ ପରେ ଏବେ ସଫଳତା ମିଳିଛି । ଟିକେଟ ରଦ୍ଦ ହେବା ପରେ ତାଙ୍କୁ ୨ବର୍ଷ ପର୍ଯ୍ୟନ୍ତ ବଳକା ୩୫ଟଙ୍କା ପାଇଁ ଲଢ଼ିବାକୁ ପଡ଼ିଥିବା ବେଳେ ଏବେ ତାଙ୍କୁ ୩୩ଟଙ୍କା ମିଳି ସାରିଛି । ବଳକା ୨ଟଙ୍କା ପାଇଁ ତାଙ୍କୁ ପୁଣି ଲଢ଼ିବାକୁ ହେବ ବୋଲି ଜଣା ପଡ଼ିଛି ।

UX Planet

ସୂଚନା ମୁତାବକ, ସୁଜୀତ ଅପ୍ରେଲ ୨୦୧୭ରେ ୭୬୫ଟଙ୍କାର ଟିକେଟ୍‌ ବୁକ୍‌ କରାଇଥିଲେ । ଯାହାକୁ ସେ ପରେ ରଦ୍ଦ କରାଇ ଦେଇଥିଲେ । ରଦ୍ଦ ହେବା ପରେ ତାଙ୍କୁ ୭୦୦ଟଙ୍କା ଫେରସ୍ତ କରାଯିବାକୁ ଥିବା ବେଳେ ତାଙ୍କୁ ମାତ୍ର ୬୬୫ଟଙ୍କା ମିଳିଥିଲା । ବାକି ୩୫ଟଙ୍କା ପାଇଁ ସୁଜୀତଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଆଇଆରସିଟିସି ସହ ଲଢ଼ିବାକୁ ପଡ଼ିଥିଲା । ଅପ୍ରେଲ ୨୦୧୮ରେ ସେ ଲୋକ ଅଦାଲତରେ ଏକ ପିଟିସନ ଦାୟର କରିଥିଲେ । ଜାନୁଆରୀ ୨୦୧୯ରେ ଏ ମାମଲା ଆମ କ୍ଷେତ୍ରରେ ଆସୁ ନଥିବା କହି ତାଙ୍କ ପିଟିସନକୁ ଖାରଜ କରି ଦେଇଥିଲା ଲୋକ ଅଦାଲତ । କିନ୍ତୁ ପରେ ଆଇଆରସିଟିସି ଜରିଆରେ ନିଜର ସଂଗ୍ରାମ ଜାରି ରଖିଥିଲେ ସୁଜୀତ । ଡିସେମ୍ବର ୨୦୧୮ରୁ ଅପ୍ରେଲ ୨୦୧୯ ପର୍ଯ୍ୟନ୍ତ ସୁଜୀତଙ୍କ ଆର୍‌ଟିଆଇ ଗୋଟେ ବିଭାଗରୁ ଅନ୍ୟ ବିଭାଗକୁ ପଠା ଯାଇଥିଲା । ଶେଷରେ ମେ’ ୪, ୨୦୧୯ରେ ସୁଜିତଙ୍କୁ ୩୩ଟଙ୍କା ଦିଆଯାଇଥିଲା । କିନ୍ତୁ ୨ଟଙ୍କା କମ ଥିବାରୁ ଏବେ ସୁଜିତ ପୁଣି ଥରେ ନିଜ ସଂଗ୍ରାମ କରିବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର