ଆଇଆର୍‌ସିଟିସି ସ୍କାମ୍‌ ମାମଲା: ରାବ୍ରୀ ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ଜାମିନ୍‌ ଦେଲେ ଦିଲ୍ଲୀ ଅଦାଲତ

ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀର ଏକ ଅଦାଲତ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ, ପୁତ୍ର ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଉପସ୍ଥିତ ଅନ୍ୟ ଦୋଷୀ ସାବ୍ୟସ୍ତମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ଆଇଆର୍‌ସିଟିସି ସ୍କାମ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଆଇଆର୍‌ସିଟିସି ସ୍କାମ୍‌ ମାମଲାରେ ସିବିଆଇ ଦାଏର କରିଥିବା ମାମଲାରେ ଅଦାଲତରେ ଉପସ୍ଥିତ ଥିବା ସମସ୍ତ ଦୋଷୀ ସାବ୍ୟସ୍ତଙ୍କୁ ପାଟିଆଲା ହାଉସ୍‌ କୋର୍ଟ ନିୟମିତ ଜାମିନ ମଞ୍ଜୁର କରିଛନ୍ତି।

ମାମଲାର ଶୁଣାଣି ପାଇଁ ଅଦାଲତ ନଭେମ୍ବର ୧୯ ତାରିଖକୁ ଦିନ ଧାର୍ଯ୍ୟ କରିଛି। ସିବିଆଇ ଏବଂ ଇଡି ଫାଇଲ୍‌ କରିଥିବା ମାମଲାରେ ନଭେମ୍ବର ୧୯ ତାରିଖ ଦିନ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କୁ ଭିଡିଓ କନ୍‌ଫରେନ୍‌ସ୍‌ ଜରିଆରେ ହାଜର କରାଇବାକୁ ଦିଲ୍ଲୀ ଅଦାଲତ କହିଛନ୍ତି।

ପ୍ରତ୍ୟେକ ଦୋଷୀସାବ୍ୟସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଦେବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର