ସେନା ପାଇଁ ଅଭିନବ ଲୁହାର ସୁଟ ନିର୍ମାଣ କଲେ ଯୁବକ, ଆତଙ୍କୀଙ୍କ ଉପରେ ରିମୋଟରେ ଚଳାଇହେବ ଗୁଳି

ବାରଣାସୀ: ସେନା ପାଇଁ ଆଇରନ ସୁଟ । ବାରଣାସୀର ଯୁବକ ସେନା ପାଇଁ ଏପରି ଏକ ପୋଷାକ ତିଆରି କରୁଛନ୍ତି । ବାରଣାସୀର ଯୁବକ ଅଶୋକ ଚୌରାସିଆ ତିଆରି କରିଥିବା ଏମିତି ଏକ ପୋଷାକ ଏବେ ଚର୍ଚ୍ଚାକୁ ଆସିଛି । ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଅଶୋକଙ୍କ ସୁଟ ଏବେ ଯୁଦ୍ଧବେଳେ ଯବାନଙ୍କୁ ସୁରକ୍ଷା ଦେଇପାରିବ । ଏହି ପୋଷାକରେ ମୋଟର ଲାଗିବ ସହ ମୋବାଇଲ ସହ ସଂଯୁକ୍ତ ଅଛି । ଫଳରେ ଏହାକୁ ରିମୋଟରେ ଚଳାଇ ହେବ ।

ଏମିତିକି ଏଥିରେ ଥିବା ସେନ୍ସର ପଛରୁ ଆକ୍ରମଣ ଉଦ୍ୟମ କରୁଥିବା ଶତୃ ବିଷୟରେ ସୂଚନା ଦେଇପାରିବ ବୋଲି ସେ କହିଛନ୍ତି । ବଡ କଥା ଯେ ଏହି ସୁଟ କେବଳ ଆତଙ୍କବାଦୀଙ୍କ ଗୁଳିରୁ ବଂଚାଇବ ନାହିଁ ବରଂ ଏଥିରେ ଲାଗିଥିବା ସ୍ୱୟଂଚାଳିତ ବନ୍ଧୁକରୁ ଆତଙ୍କୀଙ୍କ ଉପରେ ଗୁଳି ମଧ୍ୟ ଚଳାଇହେବ |

ତେବେ ଅଶୋକ ଏକ ବେସରକାରୀ ସଂସ୍ଥାରେ ପାର୍ଟ ଟାଇମ ଚାକିରୀ କରୁଥିବାରୁ ପ୍ରାୟୋଗିକ ବୁଲେଟ କିଣିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ | ଏହାକୁ ଅଧିକ ବିକଶିତ କରିବାକୁ ସେ ସରକାରୀ ପ୍ରୋତ୍ସାହନ ପାଇଁ ଅନୁରୋଧ କରିଛନ୍ତି । ଏଭଳି ଲୁହାର ସୁଟ ନିର୍ମାଣ କରିବା ପରିକଳ୍ପନା ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଡୋକଲାମ ବିବାଦ ସମୟରେ ଆସିଥିଲା ବୋଲି ଅଶୋକ କହିଛନ୍ତି |

ସମ୍ବନ୍ଧିତ ଖବର