ଯିଏ ଯେଉଁ ରାଜ୍ୟର ହୋଇଥାଆନ୍ତୁ, ଦିଲ୍ଲୀରେ ଥିବା ସମସ୍ତଙ୍କର ଯତ୍ନ ନିଆଯିବ: ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ: ଯିଏ ଯେଉଁ ରାଜ୍ୟର ବ୍ୟକ୍ତି ହୋଇଥାଆନ୍ତୁ, ଏବେ ଦିଲ୍ଲୀରେ ଥିବା ସମସ୍ତଙ୍କର ଯତ୍ନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ।

ସେ କହିଛନ୍ତି: ଦିଲ୍ଲୀରେ ଥିବା ସେମାନଙ୍କ ଲୋକମାନଙ୍କର ଦେଖାଶୁଣା କରିବାକୁ ପଶ୍ଚିମବଙ୍ଗର ମମତା ଦିଦି, ବିଭିନ୍ନ ରାଜ୍ୟର ଆମ ଭାଇମାନେ ଆମକୁ ଅନୁରୋଧ କରିଛନ୍ତି । ମୁଁ ସେମାନଙ୍କୁ କହି ଦେବାକୁ ଚାହେଁ ଯେ ଯିଏ ଯେଉଁ ରାଜ୍ୟର ହୋଇଥାଆନ୍ତୁ ବା କେଉଁଠୁ ଚାଲିଆସି ରହିଥାଆନ୍ତୁ, ଦିଲ୍ଲୀରେ ବସବାସ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଦାୟିତ୍ୱ ଆମର । ସେମାନଙ୍କ ମଧ୍ୟରୁ ସମସ୍ତଙ୍କର ଯତ୍ନ ନିଆଯିବ । ସେମାନେ ଆମ ନିଜର ।

ଏହାଛଡ଼ା କରୋନାଭାଇରସ୍ ସଂକ୍ରାନ୍ତରେ ସୂଚନା ଦେଇ କେଜ୍ରିୱାଲ୍ ଆହୁରି କହିଛନ୍ତି ଯେ ଆଜି ଦିଲ୍ଲୀରେ ସମୁଦାୟ କରୋନାଭାଇରସ୍ ପଜିଟିଭଙ୍କ ସଂଖ୍ୟା ୩୯ । ସେମାନଙ୍କ ମଧ୍ୟରୁ ୨୯ଜଣ ବାହାରୁ ଆସିଛନ୍ତି । ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି ।

Image Source: The Indian Express

ଯଦି ଦିନକୁ ୧୦୦ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼େ ସେଥିପାଇଁ ମଧ୍ୟ ଆମର ଯଥେଷ୍ଟ ସୁବିଧା ଅଛି । କିନ୍ତୁ ସେମିତି ନ ହେବ ବୋଲି ଆମେ ଆଶା କରୁଛୁ ।

କରୋନାଭାଇରସ ଯୋଗୁଁ ଅନେକ ଲୋକ ଖାଇବାକୁ ପାଉନାହାନ୍ତି । ସେମାନଙ୍କ ଚୁଲି ଜଳୁନାହିଁ । ପାଖରେ ଖାଦ୍ୟ ନାହିଁ । ଏବେ ଆମର କାମ ଓ ଲକ୍ଷ୍ୟ ହେଲା ଦିଲ୍ଲୀରେ କେହି ଯେମିତି ଉପବାସ ନ ରହନ୍ତି, ତାହା ଉପରେ ଧ୍ୟାନ ଦେବା । ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ଆମର ଲକ୍ଷ୍ୟ । ଅଭାବୀ ଲୋକମାନଙ୍କୁ ଦିଲ୍ଲୀ ସରକାର ୩୨୫ଟି ସ୍କୁଲରେ ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ଯୋଗାଇ ଦେବେ ।

ସମ୍ବନ୍ଧିତ ଖବର