ପୁଲ୍‌ଓ୍ଵାମା ହାମ୍‌ଲାରେ ସହିଦ ସିଆରପିଏଫ୍‌ ଯବାନ ସୁବ୍ରମଣ୍ୟମ୍‌ ଜୀବିତ ନା ମୃତ? ନିଜକୁ ଜୀବିତ ଥିବା କହି ସୋସିଆଲ ମିଡିଆରେ ଭିଡିଓ ଛାଡ଼ିବା ପରେ ଦେଶବ୍ୟାପି ଆଲୋଡ଼ନ

ଚେନ୍ନାଇ: ପୁଲଓ୍ଵାମାଠାରେ ଗତ ୧୪ ତାରିଖରେ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ଆତ୍ମଘାତୀ ହାମ୍‌ଲାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ତେବେ, ଏହି ୪୦ ଜଣ ସହିଦ ଯବାନଙ୍କ ମଧ୍ୟରୁ ଜଣେ ଯବାନ ଜୀବିତ ଥିବା ଦାବି କରି ତାଙ୍କର ଭିଡିଓ ସୋସିଆଲ ମିଡିଆ ଫେସ୍‌ବୁକ୍‌ରେ ଛାଡ଼ିବା ପରେ ଏହା ବର୍ତ୍ତମାନ ଭାଇରାଲ ହେବା ସହ ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଏହି ଭିଡିଓଟିରେ ସତ୍ୟତା ଅଛି ନା ଏହା ଏକ ନକଲି ଭିଡିଓ ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଥିଲେ ମଧ୍ୟ ଏ ଯାବତ୍‌ ଏସଂପର୍କରେ କୌଣସି ସ୍ୱଷ୍ଟ ସୂଚନା ମିଳିପାରି ନାହିଁ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୁଲଓ୍ଵାମାଠାରେ ଆତଙ୍କବାଦୀମାନଙ୍କ ଦ୍ୱାରା ହୋଇଥିବା ଆତଙ୍କବାଦୀ ହାମ୍‌ଲାରେ ତାମିଲନାଡ଼ୁର ଦୁଇ ଜଣ   ସିଆରପିଏଫ୍‌ ଯବାନ ସୁବ୍ରମଣ୍ୟମ୍‌ ଓ ଶିବଚନ୍ଦ୍ରନ ସହିଦ ହୋଇଥିଲେ। ତାମିଲନାଡ଼ୁ କୋଭିଲପଟ୍ଟି ଗ୍ରାମର ବାସିନ୍ଦା ଜି ସୁବ୍ରମଣ୍ୟମ ପୋଙ୍ଗଲ ପର୍ବ ପାଳନ କରିବା ପାଇଁ ଶେଷଥର ପାଇଁ ନିଜ ଗାଁକୁ ଆସିଥିଲେ। ପୋଙ୍ଗଲ ପରେ ସେ ଗାଁରେ ନିଜ ପତ୍ନୀ ଓ ବୃଦ୍ଧ ପିତାମାତାଙ୍କୁ ଛାଡ଼ି ପୁଣି ନିଜ ଡ୍ୟୁଟିରେ ଯୋଗଦେବା ପାଇଁ ନିଜ ସିଆରପିଏଫ୍‌ କ୍ୟାମ୍ପକୁ ଫେରି ଯାଇଥିଲେ ଏବଂ ଗତ ୧୪ ତାରିଖ ଦିନ ଅନ୍ୟ ସାଥୀ ଯବାନଙ୍କ ସହ ଗୋଟିଏ ବସ୍‌ରେ ଶ୍ରୀନଗର ଯାଉଥିବା ବେଳେ ପୁଲଓ୍ଵାମା ଠାରେ ଘଟିଥିବା ଆତ୍ମଘାତୀ ହାମ୍‌ଲାରେ ସହିଦ ହୋଇ ଯାଇଥିଲେ। ପରେ, ତାଙ୍କ ମରଶରୀର ଗାଁକୁ ଆସିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ஒன்னுமே புரியல.. யாராவது உண்மைய சொல்லுங்கய்யா .. அப்ப செத்து போனது யாரு ???

Posted by Troll Musically on Monday, February 18, 2019

ତେବେ, ଜି ସୁବ୍ରମଣ୍ୟମ୍‌ଙ୍କ ସହ ଶତ ପ୍ରତିଶତ ସାମଞ୍ଜସ୍ୟ ଥିବା ଜଣେ ବ୍ୟକ୍ତି ସିଆରପିଏଫ୍‌ ପୋଷାକ ପରିଧାନ କରି ନିଜକୁ ସୁବ୍ରମଣ୍ୟମ୍‌ ବୋଲି ଦାବି କରିବା ସହ ସେ ଜୀବିତ ଥିବା କହୁଛନ୍ତି। ସେ ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲାରେ ପ୍ରାଣ ହରାଇ ନାହାନ୍ତି। ବରଂ ଆଉ କାହାର ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ତାଙ୍କର ବୋଲି ଭାବି ତାଙ୍କ ଗାଁକୁ ପଠାଇ ଦିଆଯାଇଛି ବୋଲି କହିବା ସହ ସେ ଜୀବିତ ଥିବାରୁ ତାଙ୍କ ପାଇଁ ଶୋକ ପ୍ରକଟ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରି ନିଜର ଏକ ଭିଡିଓ ଫେସବୁକ୍‌ରେ ଛାଡ଼ିବା ପରେ ଏହାକୁ ନେଇ ଏବେ ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର