ପାକିସ୍ତାନରେ ଥିବା ଜୈସ୍‌-ଇ- ମହମ୍ମଦର ସମସ୍ତ ଆଡ୍ଡାକୁ ଚିହ୍ନଟ କରାଯାଇ ସାରିଲାଣି; ଯେ କୌଣସି ମୁହୂର୍ତ୍ତରେ ଏସବୁକୁ ଧ୍ୱଂସ କରିପାରେ ବାୟୁସେନା

ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ ଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ସମସ୍ତ ଆଡ୍ଡାକୁ ଭାରତୀୟ ସେନା ଚିହ୍ନଟ କରି ସାରିଲାଣି। ପାକିସ୍ତାନର ବାହାବଳପୁର ଠାରୁ ୨୦୦ କିଲୋମିଟର ପରିଧି ମଧ୍ୟରେ ରହିଥିବା ଜୈସ୍‌-ଇ- ମହମ୍ମଦର ଏହି ସମସ୍ତ ଆଡ୍ଡାକୁ ଧ୍ୱଂସ କରିଦେବା ପାଇଁ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ସମର୍ଥ ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନଓ୍ଵା।

ଏଥିପାଇଁ ଆମକୁ ପାକିସ୍ତାନ ବିରୋଧରେ ଯୁଦ୍ଧ ଡାକରା ଦେବା ପାଇଁ ପଡ଼ିବ ନାହିଁ କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର ସହାୟତା ମଧ୍ୟ ନେବାକୁ ପଡ଼ିବ ନାହିଁ। ଭାରତୀୟ ବାୟୁ ସେନା ନିକଟରେ ଆଜିର ତାରିଖରେ ଯେଉଁ ସମସ୍ତ ଲଢ଼ୁଆ ବିମାନ ଓ ଯୁଦ୍ଧାସ୍ତ୍ର ମହଜୁଦ୍‌ ରହିଛି ତାହାକୁ ବ୍ୟବହାର କରି ଭାରତୀୟ ବାୟୁସେନା ପାକିସ୍ତାନ ମାଟିରେ କାୟା ବିସ୍ତାର କରିଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ସମସ୍ତ ଆଡ୍ଡାର ଧ୍ୱଂସ ସାଧନ କରି ପାରିବ। ଏଥିପାଇଁ ପାକିସ୍ତାନ ସୀମା ମଧ୍ୟକୁ ପ୍ରବେଶ କରିବାର ଆବଶ୍ୟକତା ମଧ୍ୟ ନାହିଁ।

ପାକିସ୍ତାନ ମାଟିରେ ଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ସମସ୍ତ ଆଡ୍ଡାକୁ ଚିହ୍ନଟ କରିଯିବା ପରେ ଭାରତୀୟ ଆକାଶ ସୀମା ମଧ୍ୟରେ ରହି ଭାରତର ୧୩୭ ଲଢ଼ୁଆ ବିମାନ ଉପଲବ୍ଧ ଥିବା ଯୁଦ୍ଧାସ୍ତ୍ରକୁ ନିକ୍ଷେପ କରି କିପରି ଏହି ସମସ୍ତ ଆଡ୍ଡାକୁ ଧ୍ୱଂସ କରିବେ ତାହାର ବ୍ଳୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ସରିଛି। ଖାଲି ଅପେକ୍ଷା ରହିଛି ଉପର ମହଲରୁ ନିର୍ଦ୍ଦେଶ ପାଇଁ। ଉପର ମହଲରୁ ନିର୍ଦ୍ଦେଶ ମିଳିବା ମାତ୍ରେ ସେ ଦିନ ହଉ କି ରାତି ହଉ କି ଅନ୍ୟ କୌଣସି ପ୍ରତିକୂଳ ପରିସ୍ଥିତି ସମସ୍ତ ସ୍ଥିତିକୁ ସଫଳତା ପୂର୍ବକ ମୁକାବିଲା କରି ଭାରତୀୟ ବାୟୁସେନା ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିସାରି ଏବେ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର ସମସ୍ତ ଆଡ୍ଡାକୁ ଧ୍ୱଂସ କରି ମାଟିରେ ମିଶାଇଦେବା ଅପେକ୍ଷାରେ ରହିଛି ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବୀରେନ୍ଦ୍ର ସିଂହ ଧନଓ୍ଵା।

ସମ୍ବନ୍ଧିତ ଖବର