ଭାରତୀୟ ଉପମହାଦେଶ ପାଇଁ ଆଇଏସ ଖୋଲିଲା ନୂଆ ଶାଖା-ଓ୍ଵିଲାୟତ-ଏ-ହିନ୍ଦ , ଶିକ୍ଷିତ ମୁସଲିମ ଯୁବକଙ୍କୁ ପ୍ରବର୍ତ୍ତାଉଛି

ନୂଆଦିଲ୍ଲୀ : ଭାରତୀୟ ଉପମହାଦେଶରେ ବିଶ୍ୱର ସବୁଠାରୁ କୁଖ୍ୟାତ ଓ ଦୁର୍ଦ୍ଦଷ ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ (ଆଇଏସ) ଧୀରେ ଧୀରେ ନିଜର କାୟା ବିସ୍ତାର କରିଚାଲିଛି । ଏହି ସଂଗଠନ ଏବେ ଭାରତ, ପାକିସ୍ତାନ ଓ ବାଂଲାଦେଶରେ ଉଚ୍ଚ ଶିକ୍ଷିତ ମୁସଲିମ ଯୁବକ ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି ଓ ଏଥିରେ କେତେକାଂଶରେ ସଫଳ ହେଉଛି ବୋଲି ଏକ ଗବେଷଣାରୁ ଜଣାପଡିଛି । ପାକିସ୍ତାନ ସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ ଅପ କନଫ୍ଲିକ୍ଟ ଏଣ୍ଡ ଷ୍ଟ୍ରାଟର୍ଜିକ ଷ୍ଟଡିଜ (ପିକ୍ସ) ପକ୍ଷରୁ ଏହି ଅଧ୍ୟୟନ କରାଯାଇଛି । ପିକ୍ସର ପରିଚାଳନା ନିର୍ଦ୍ଦେଶକ ଅବଦଲ୍ଲା ଖାଁ କହିଛନ୍ତି ଯେ ଭାରତ ଓ ବାଂଲାଦେଶର ସରକାର ମୁସଲମାନଙ୍କ ଉପରେ ଅଧିକ ଅତ୍ୟାଚାର କରୁଛନ୍ତି ବୋଲି କହି ଆଇଏସ ଯୁବକ ମାନଙ୍କୁ ବିଦ୍ରୋହୀ ହେବା ପାଇଁ ପ୍ରବର୍ତ୍ତାଉଛି । ଭାରତୀୟ ଉପମହାଦେଶ ପାଇଁ ଆଇଏସ ଏକ ନୂଆ ଚାପ୍ଟର ଖୋଲିଛି, ଏହାର ନାଁ ରହିଛି ଓ୍ଵିଲାୟତ-ଏ-ହିନ୍ଦ । ଗତ ୨୦୧୬ରୁ ଏହି ଚାପ୍ଟର ଭାରତୀୟ ଉପମହାଦଶରେ କାର୍ଯ୍ୟ କରୁଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର କେରଳ ପ୍ରଦେଶରେ ଆଇଏସ ବିଶେଷ ସଫଳ ହୋଇଛି । ପ୍ରାୟ ୫୪ ଜଣ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ନିଜ ସଂଗଠନ ଆଡକୁ ଆକୃଷ୍ଟ କରିବାରେ ଏହା ସଫଳ ହୋଇଥିବା ଖୋଦ ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି ।

ସମ୍ବନ୍ଧିତ ଖବର