ପାକିସ୍ତାନ କ’ଣ ସମୁଦ୍ରରେ ପରମାଣୁ ଅସ୍ତ୍ର ମୃତୟନ କରୁଛି ? ଏ ସଂପର୍କରେ ନୌସେନା ମୁଖ୍ୟ କ’ଣ କହୁଛନ୍ତି ଜାଣନ୍ତୁ

0 349

ଓ୍ଵାସିଂଟନ : ପାକିସ୍ତାନ କଣ ସମୁଦ୍ରରେ ନିଜର ପରମାଣୁ ଅସ୍ତ୍ରଗୁଡ଼ିକୁ ମୃତୟନ କରୁଛି ? ଏ ସଂପର୍କରେ ଆମରିକାର କେତେକ ସୁରକ୍ଷା ବିଶେଷଜ୍ଞ ଯେପରିକି ଯୋଶେଫ ମିଲକାଫ ମଧ୍ୟ ସଂଦେହ କରୁଛନ୍ତି । ଆମେରିକା ସହିତ ପାକିସ୍ତାନର ସଂପର୍କ ଖରାପ ହେବା ଏବଂ ଭାରତ ସହିତ ଆମେରିକାର ସାମରିକ ସଂପର୍କ ଦୃଢ ହେବା ସହିତ ପାକିସ୍ତାନ ଏବେ ଆଶଙ୍କାରେ ରହିଛି । ପାକିସ୍ତାନର ଆଶଙ୍କା ଯେ ଆମେରିକା ଭାରତ ସହଯୋଗରେ ପାକିସ୍ତାନର ପରମାଣୁ କେନ୍ଦ୍ର ଉପରେ ଚଢଉ କରି ସେଗୁଡ଼ିକୁ ଜବତ କରିବା କିମ୍ବା ଆକାଶ ମାର୍ଗରୁ ଆକ୍ରମଣ କରି ପରମାଣୁ କେନ୍ଦ୍ରକୁ ଧ୍ୱଂସ କରିପାରନ୍ତି । ଆମେରିକା ମଧ୍ୟ ପାକିସ୍ତାନର ପରିମାଣୁ ବୋମାର ସୁରକ୍ଷା ନେଇ ଆଗରୁ ଅନେକ ଥର ଚିନ୍ତା ପ୍ରକଟ କରିିପାରିଛି । ପାକିସ୍ତାନରେ ଅନେକ ଆତଙ୍କବାଦୀ ସଂଗଠନ ଥିବାରୁ ସେମାନଙ୍କ ହାତରେ ଯଦି ପରମାଣୁ ବୋମା ପଡିବ ତାହା ସମଗ୍ର ବିଶ୍ୱ ପାଇଁ ପ୍ରଳୟଙ୍କରୀ ହେବ ।
ଏହି କାରଣରୁ ଚୀନର ପରାମର୍ଶରେ ପାକିସ୍ତାନ ସମୁଦ୍ର ମଧ୍ୟରେ ନିଜର ପରମାଣୁ ଅସ୍ତ୍ରକୁ ସୁରକ୍ଷିତ ରଖିଥିବା ସଂଦେହ କରାଯାଉଛି । ଏ ସଂପର୍କରେ ନିକଟରେ ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବାଙ୍କୁ ଏ ସଂପର୍କରେ ପ୍ରଶ୍ନ ପଚରା ଯାଇଥିଲା । ତେବେ ଏ ସଂପର୍କରେ ନିର୍ଦ୍ଦିଷ୍ଟ କିଛି ସୂଚନା ନାହିଁ ବୋଲି ସେ କହିଥିଲେ । ତେବେ ସେ କହିଥିଲେ ଯେ ପାକିସ୍ତାନ ପକ୍ଷରୁ ଚୀନରେ ଏକ ସ୍ୱତନ୍ତ୍ର କ୍ଷେପଣାସ୍ତ୍ର ତିଆରି ପାଇଁ ବରାଦ ଦିଆଯାଇଛି । ଯାହାକି ପରମାଣୁ ଅସ୍ତ୍ର ବହନ କରିପାରିବ ଓ ବୁଡାଜାହଜରୁ ଉତକ୍ଷେପଣ କରାଯାଇପାରିବ । ଯଦି ଏହା ସତ ହୋଇଥାଏ ତେବେ ସମୁଦ୍ରରେ ଆଣବିକ ଲଢେଇ ପାଇଁ ମଧ୍ୟ ପାକ ପ୍ରସ୍ତୁତି କରୁଛି ବୋଲି କୁହାଯାଇପାରିବ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.