ବିଶ୍ୱକପ ଫୁଟବଲ ମ୍ୟାଚ୍ ଚାଲିଥିବାବେଳେ ଷ୍ଟାଡିୟମକୁ ଉଡେଇଦେବୁ: ଆଇଏସ୍ ଜାରି କଲା ଧମକପୂର୍ଣ୍ଣ ଭିଡିଓ

ମସ୍କୋ :  ଋଷିଆରେ ଚାଲିଥିବା ବିଶ୍ୱକପ ଫୁଟବଲ ଉପରେ ଆତଙ୍କବାଦର ବିପଦ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ନିଜର ନାଗରିକମାନଙ୍କୁ ସତର୍କ କରାଇଦେଇଛି । ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇସିସ୍‌ ପକ୍ଷରୁ ଏ ନେଇ ଏକ ଭିଡିଓ ଜାରି କରି  ଖେଳ ଚାଲଥିବା ବେଳେ ଉଡାଇଦେବାକୁ ଧମକ ଦିଆଯାଇଛି । ଏହି ଭିଡିଓରେ ଷ୍ଟାଡିୟମ ଉପର ଏକ ଡ୍ରୋନ ଉଡୁଥିବା ଦେଖାଯାଉଛି, ଯେଉଁଥିରେ ଆଇସିସ ଲେଖାଯାଇଛି । ଏହି ଡ୍ରୋନରୁ ବୋମା ବର୍ଷା ହୋଇ ଷ୍ଟାଡିୟମକୁ ଧ୍ୱଂସ କରିଦେଉଛି । ଏହା ପରେ ଆମେରିକା ସତର୍କ ହୋଇଯାଇଛି ଓ ନିଜ ନାଗରିକ ମାନଙ୍କୁ  ସତର୍କ ରହିବାକୁ କହିଛି । ଅତି ଆବଶ୍ୟକ ନ ପଡିଲେ ଋଷିଆ ନଯିବାକୁ କହିଛି । ଖେଳ ଦେଖିବାକୁ ଯାଇଥିଲେ ନିଜ ଆଖପାଖ ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛି । ଅନ୍ୟପକ୍ଷରେ ଅନ୍ୟ ଜନବହୁଳ ସ୍ଥାନ ଯଥା ବସଷ୍ଟାଣ୍ଡ, ପର୍ଯ୍ୟଟନ କେନ୍ଦ୍ର, ସପିଂ ସେଣ୍ଟର ଆଦିରେ କମ ସମୟ ରହିବାକୁ କୁହାଯାଇଛି । ସେହିପରି ନିଜର ଇଲେକ୍ଟ୍ରୋନିକ ଡିଭାଇସ ଯଥା ସ୍ମାର୍ଟଫୋନ, ଲାପଟପ ଆଦିକୁ ସୁରକ୍ଷିତ ରଖିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଚେଚେନ୍ୟାକୁ ନ ଯିବାକୁ ସତର୍କ କରାଇଦିଆଯାଇଛି ।

ସମ୍ବନ୍ଧିତ ଖବର