ଆଇଏସ୍‌ଆଇ ହନିଟ୍ରାପ୍‌ରୁ ବର୍ତ୍ତିଗଲେ ୩ ଭାରତୀୟ ଅଧିକାରୀ

ନୂଆଦିଲ୍ଲୀ: ଶତ୍ରୁ ଦେଶର ଅଧିକାରୀମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ପାଇଁ ଗୁଇନ୍ଦା ସଂସ୍ଥାଗୁଡ଼ିକ ସେମାନଙ୍କୁ ସୁନ୍ଦରୀ ଫାଶ(ହନିଟ୍ରାପ୍‌)ରେ ଫସାଇବା ସାଧାରଣ କଥା। ତେବେ ପାକିସ୍ତାନରେ ୩ ଜଣ ଭାରତୀୟ ଅଧିକାରୀ ଏଭଳି ଫାଶରୁ ଅଳ୍ପକେ ବର୍ତ୍ତି ଆସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁଯାୟୀ, ଇସଲାମାବାଦ୍‌ ସ୍ଥିତ ଭାରତୀୟ ଦୂତାବାସର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ହନିଟ୍ରାପ୍‌ରେ ପକାଇବାର ଉଦ୍ୟମ କରିଥିଲା। ତେବେ ଏହି ଭାରତୀୟ ଅଧିକାରୀମାନେ ପ୍ରଥମରୁ ସତର୍କ ରହି ସେମାନଙ୍କ ପାଇଁ ଏଭଳି ଜାଲ ବିଛାଯାଇଥିବା ଜାଣିପାରିଥିଲେ। ତେଣୁ ସେମାନେ ପ୍ରାରମ୍ଭରୁ ଏ ସମ୍ପର୍କରେ ଜଣାଇବା ପରେ ବିଦେଶ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ତୁରନ୍ତ ଦିଲ୍ଲୀ ଫେରି ଆସିିଥିଲେ। ଅପରପକ୍ଷେ, ସଂପୃକ୍ତ ଅଧିକାରୀମାନେ ଆଇଏସଆଇକୁ କୌଣସି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିନଥିବା ବିଶ୍ୱାସ କରାଯାଉଥିବା ବେଳେ ସେମାନଙ୍କୁ ପଚରାଉଚୁରା ଜାରି ରହିଛି। ସେହିପରି ଅନ୍ୟ କୌଣସି ଭାରତୀୟ କନିଷ୍ଠ ଅଧିକାରୀ ଆଇଏସଆଇ ଫାଶରେ ଫସଛନ୍ତି କି ନାହିଁ ସେ ସମ୍ପର୍କରେ ତଦନ୍ତ ଚାଲିିଛି।

ସମ୍ବନ୍ଧିତ ଖବର