ଭାରତୀୟ ସେନାକୁ ମାତ ଦେବା ପାଇଁ ଏହି ନୂଆ ଚକ୍ରାନ୍ତ କରୁଛି ପାକିସ୍ତାନର ଆଇଏସଆଇ

ନୂଆଦିଲ୍ଲୀ : ଭାରତ ସୀମା ମଧ୍ୟକୁ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବାକୁ ସବୁବେଳେ ନୂଆ ନୂଆ ଚକ୍ରାନ୍ତ କରୁଛି । ତେବେ ସବୁବେଳେ ସେସବୁ ଚକ୍ରାନ୍ତକୁ ପଣ୍ଡ କରିବାରେ ସଫଳ ହେଉଛି ଭାରତୀୟ ସେନା ଓ ବିଏସଏଫ । ସୀମାରେ ସେନା ଓ ବିଏସଏଫ ପକ୍ଷରୁ ଲଗାଯାଇଥିବା ଥର୍ମାଲ ଇମେଜିଂ କ୍ୟାମେରା ଦ୍ୱାରା ଅନୁପ୍ରବେଶକାରୀ ସହଜରେ ଧରାପଡୁଛନ୍ତି । କିନ୍ତୁ ଏହାର ଏକ ଉପାୟ ବାହାର କରିଛି ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ । ଏହି ଯୋଜନା ଅନୁସାରେ ଆଇଏସଆଇ ପକ୍ଷରୁ ଆତଙ୍କବାଦୀମାନଙ୍କୁ ଆଣ୍ଟି-ଥର୍ମାଲ ଜ୍ୟାକେଟ ଯୋଗାଇଦିଆଯାଇଛି । ଏହି ଜ୍ୟାକେଟ ପିନ୍ଧିଲେ ତାହା ଥର୍ମାଲ କ୍ୟାମେରା ଓ ନାଇଟ ଭିଜନ ଡିଭାଇସରେ ଧରା ପଡିବ ନାହିଁ । ଏହା ଫଳରେ ଆତଙ୍କବାଦୀମାନେ ସହଜରେ ଭାରତରେ ପ୍ରବେଶ କରିପାରିବେ । ଏହି ସୂଚନା ମିଳିବା ପରେ ଭାରତୀୟ ସେନା ଚିନ୍ତାରେ ପଡିଯାଇଛି । ଏହାକୁ ଦୃଷ୍ଟିରେ ରଖି ସୀମାରେ ସୁରକ୍ଷା ବଢାଇଦିଆଯାଇଛି । ପ୍ରଥମ ଦଫାରେ ପ୍ରାୟ ୨୦୦ ଜଣ ଆତଙ୍କବାଦୀଙ୍କୁ ଏହି ଜ୍ୟାକେଟ ପିନ୍ଧାଇ ଅନୁପ୍ରବେଶ ପାଇଁ ପ୍ରସ୍ତୁତ କରାଯାଇଛି । ଭାରତୀୟ ସେନା ଉପରେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର