ଜେଲରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଆତଙ୍କାବାଦୀ ତାଲିମ ଦେଉଛି ପାକିସ୍ତାନ, କାରଣ କଣ ?

ନୂଆଦିଲ୍ଲୀ : ଭାରତରେ ଅସ୍ଥିରତା ଓ ଆତଙ୍କରାଜ ସୃଷ୍ଟି ପାଇଁ ପାକିସ୍ତାନ ପକ୍ଷରୁ ଭାରତରେ ଗତ ପ୍ରାୟ ତିରିଶ ବର୍ଷ ହେଲା ଆତଙ୍କବାଦୀ ଅନୁପ୍ରବେଶ କରାଯାଉଛି । ଅନୁପ୍ରବେଶକୁ ସୁଗମ କରିବାକୁ ସୀମା ସେପଟୁ ପ୍ରବଳ ଗୁଳିମାଡ କରାଯାଉଛି । କିନ୍ତୁ ଗତ କିଛି ବର୍ଷ ଧରି ଭାରତୀୟ ସେନା ଏସବୁ କାର୍ଯ୍ୟର ମୁହଁତୋଡ ଜବାବ ଦେଉଛି । ପୂର୍ବରୁ ମଧ୍ୟ ଭାରତୀୟ ସେନା ଅନୁପ୍ରବେଶକୁ ଦୃଢ ହସ୍ତରେ ଦମନ କରୁଥିଲା କିନ୍ତୁ ଏବେ ଅଧିକ ଭୀଷଣ ହୋଇଉଠିଛି ଭାରତୀୟ ସେନା । କାଶ୍ମୀରଘାଟିରେ ଆତଙ୍କବାଦିଙ୍କୁ ଖୋଜି ଖୋଜି ଗୁଳି କରାଯାଉଛି । ସେହିପରି ସୀମା ସେପଟୁ ଗୁଳିମାଡର ମଧ୍ୟ ଜବାବ ଦିଆଯାଉଛି । ଚଳିତ ବର୍ଷ ଏବେ ସୁଦ୍ଧା କାଶ୍ମୀରରେ ପ୍ରାୟ ୬୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।
ଏଥିପାଇଁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ଚିନ୍ତାରେ ପଡିଯାଇଛି । ଭାରତରେ ଯେପରି ଆତଙ୍କରାଜ ବଜାୟ ରହେ ସେଥିପାଇଁ ନୂଆ ନୂଆ କୌଶଳ ବାହାର କରୁଛି । ଏବେ ଏକ ନୂଆ କୌଶଳ ଆଇଏସଆଇ ମୁଣ୍ଡକୁ ଢୁକିଛି । ତାହା ହେଉଛି ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଥିବା କୁଖ୍ୟାତ ଅପରାଧୀ, ଡକାୟତ ଆଦିଙ୍କୁ ତାଲିମ ଦେଇ ଭାରତକୁ ପଠାଇବା ଏବଂ ସେନା ଶିବିର ଓ ସର୍ବସାଧାରଣ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟ କରିବା । ଏଥିରେ ସଫଳ ହେଲେ ସେମାନଙ୍କ ଜେଲ ଦଣ୍ଡ ମାଫ କରାଯିବ ଓ ପ୍ରଚୁର ଅର୍ଥ ପୁରସ୍କାର ଦିଆଯିବ । ଆଇଏସଆଇ ଏହି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଦେଲାଣି । କେତେକ ଅପରାଧୀ ପୁରସ୍କାର ଓ ଜେଲ ଦଣ୍ଡ ଅବଧି ହ୍ରାସ ଲୋଭରେ ଏହା କରିବାକୁ ଆଗେଇ ଆସିଛନ୍ତି । କିନ୍ତୁ ଆଇଏସଆଇ ଏକଥା ଭଲ ଭାବେ ଜାଣିଛି ଯେ ସେମାନେ ଭାରତରୁ ଜିବିତ ଫେରିବା ସମ୍ଭାବନା କମ, ଏଣୁ ପ୍ରତିଶୃତି ପାଳନ କରିବାର ପ୍ରଶ୍ନ ଉଠୁନାହିଁ ।

ସମ୍ବନ୍ଧିତ ଖବର