ଇଜିପ୍ଟ ଚର୍ଚ୍ଚରେ ଆଇଏସ୍‌ ଆକ୍ରମଣ, ୧୦ମୃତ

କାଇରୋ: ଇଜିପ୍ଟ ରାଜଧାନୀ କାଇରୋ ସହରର ଦକ୍ଷିଣରେ ଥିବା କପ୍‌ଟିକ୍‌ ଖ୍ରୀଷ୍ଟିଆନ୍‌ ଚର୍ଚ୍ଚରେ ଆଇଏସ୍‌ ଆତଙ୍କବାଦୀ ଆକ୍ରମଣ କରିବାରୁ ୩ ଜଣ ପୁଲିସ୍‌ କର୍ମୀଙ୍କ ସମେତ ୧୦ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୩୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିବା କାଇରୋ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଦୁଇଜଣ ଆତଙ୍କବାଦୀ ଚର୍ଚ୍ଚ ମଧ୍ୟକୁ ପଶି ପ୍ରଥମେ ଆଖିବୁଜା ଗୁଳିମାଡ଼ କରିବା ପରେ ଗ୍ରେନେଡ଼ ବିସ୍ଫୋରଣ କରିଥିଲେ। ପରେ ଜଣେ ଆତଙ୍କବାଦୀ ନିଜ ଦେହରେ ଖଞ୍ଜିଥିବା ବୋମାରେ ନିଜକୁ ଉଡ଼ାଇ ଦେଇଥିଲା। ଏହି ଘଟଣା ପରେ ପୁଣି ଥରେ କାଇରୋ ସମେତ ଅନ୍ୟ ଆତଙ୍କ ପ୍ରବଣ ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଫେରାର୍‌ ଆତଙ୍କବାଦୀକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସମ୍ବନ୍ଧିତ ଖବର