ମାଲିରେ ଉଗ୍ରବାଦୀ ଆକ୍ରମଣ, ୧୧୫ ମୃତ

ମାଲି: ‌କେନ୍ଦ୍ରୀୟ ମାଲିର ଏକ ଗାଁରେ ଉଗ୍ରବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଉଗ୍ରବାଦୀ ଆକ୍ରମଣରେ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି। ମାଲିର ଓଗୋ‌ସୋଗଉ ଗ୍ରାମରେ ହୋଇଥିବା ଏହି ବର୍ବର ଆକ୍ରମଣରେ ଗାଁର ମୁଖିଆ ମଧ୍ୟ ପ୍ରାଣ ହରାଇଛନ୍ତି। ଡୋଗନ୍‌ ଗ୍ରୁପ୍‌ ଦ୍ବାରା ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଗର୍ଭବତୀ ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତି ଅଛନ୍ତି।

ସମ୍ବନ୍ଧିତ ଖବର