ପାକିସ୍ତାନ ଦେଖାଇଲା ନିଜର ଅସଲ ଚେହେରା; କର୍ତ୍ତାରପୁର ଗୁରୁଦ୍ବାରା ନିକଟରେ ‘କଶ୍ମୀର ହେଉଛି ପାକିସ୍ତାନ’… ଲେଖାଥିବା ପୋଷ୍ଟର ପ୍ରଦର୍ଶିତ କଲା 

ଚଣ୍ଡୀଗଡ଼: ପ୍ରଥମ ଦିନରୁ ଯାହା ଆଶଙ୍କା କରା ଯାଉଥିଲା, ଶେଷରେ ତାହାହିଁ ସତ୍ୟରେ ପରିଣତ ହୋଇଛି। କର୍ତ୍ତାରପୁର କରିଡର ଉଦ୍‌ଘାଟନର ସପ୍ତାହେ ନପୂରୁଣୁ ପାକିସ୍ତାନ ନିଜର ଅସଲ ଚେହେରା ଦେଖାଇଛି। କର୍ତ୍ତାରପୁର କରିଡରକୁ ଆୟୂଧ କରି ନିଜର ଭାରତ ବିରୋଧୀ ମନୋଭାବର ନଗ୍ନ ନମୁନା  ପ୍ରଦର୍ଶନ କରିବାକୁ ପାକିସ୍ତାନ କୁଣ୍ଠାବୋଧ କରିନାହିଁ।

ଗୁଇନ୍ଦା ବିଭାଗ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ପାକିସ୍ତାନ ଭାରତ ବିରୋଧୀ ସ୍ଲୋଗାନ୍‌ ଲେଖାଥିବା ପୋଷ୍ଟର ସବୁକୁ କର୍ତ୍ତାରପୁର ଗୁରୁଦ୍ବାରା ନିକଟରେ ଲଗାଇବା ସହ ସେଠାକୁ ଯାଉଥିବା ଶିଖ୍‌ ତୀର୍ଥଯାତ୍ରୀମାନଙ୍କୁ ବିଭ୍ରାନ୍ତ କରିବାକୁ ନିଜର ଅପଚେଷ୍ଟା ଆରମ୍ଭ କରି ଦେଇଛି। ପାକିସ୍ତାନ ଦ୍ବାରା ପ୍ରଦର୍ଶିିତ କରାଯାଇଥିବା ପୋଷ୍ଟର ସବୁର ଉପର ଭାଗରେ; ‘ଦେଶର ଗର୍ବ… ପାକିସ୍ତାନ ସଶସ୍ତ୍ର ବାହିନୀ’ ଲେଖାଯାଇ ମଝିରେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ଲଗାଇ ପୋଷ୍ଟର ତଳକୁ, ‘କଶ୍ମୀର ହେଉଛି ପାକିସ୍ତାନ’ ବୋଲି ଲେଖିଛି। ଏପ୍ରକାରର ପୋଷ୍ଟର ସବୁକୁ ପାକିସ୍ତାନ କେବଳ ମାତ୍ର କର୍ତ୍ତାରପୁର ଗୁରୁଦ୍ବାରା ନିକଟରେ ଲଗାଇ ନାହିଁ ବରଂ ୱାଘା ବର୍ଡରରେ ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଛି।

New Indian Express

ଖାଲି ଏତିକି ନୁହେଁ କର୍ତ୍ତାରପୁର ଗୁରୁଦ୍ବାରାକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କୁ ପାକିସ୍ତାନ ନିଜର ଅଧିକାରୀମାନଙ୍କ ଜରିଆରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ସେମାନଙ୍କୁ ଭାରତ ବିରୋଧରେ ଉସ୍‌କାଇବା ସହ ଭାରତର ବିରୋଧ କରିବାକୁ ପ୍ରବର୍ତ୍ତାଉଛି। ଏକ ହିସାବରୁ ଜଣାପଡ଼ିଛି ଯେ ଉଦ୍‌ଘାଟନ ପରଠାରୁ ଏଯାବତ୍‌ କର୍ତ୍ତାରପୁର ଗୁରୁଦ୍ବାରାକୁ  ୨,୬୬୬ ଜଣ ତୀର୍ଥଯାତ୍ରୀ ଯାଇ ସାରିଲେଣି।

ସମ୍ବନ୍ଧିତ ଖବର