ଆତଙ୍କବାଦୀଙ୍କୁ ରୋକିବାକୁ ସମୁଦ୍ର ମଧ୍ୟରେ ବାଡ଼ ପକାଉଛି ଇସ୍ରାଏଲ

ଦେଖନ୍ତୁ କିପରି ଇସ୍ରାଏଲ ସେନା ଜଳପଥରେ ଆସିଥିବା ଆତଙ୍କବାଦୀଙ୍କୁ ନିପାତ କରୁଛି

ତେଲଅଭିଭ : ଆତଙ୍କବାଦୀ ଅନୁପ୍ରବେଶରୁ ନିଜ ଦେଶକୁ ରକ୍ଷା କରିବାକୁ ଇସ୍ରାଏଲ ନିଜ ସୀମାରେ ଏକ ଅଭେଦ୍ୟ ବଳୟ ତିଆରି କରିଛି । ଏହାକୁ ଭେଦକରି ସ୍ଥଳଭାଗ ବା ଆକାଶମାର୍ଗରୁ ଇସ୍ରାଏଲ ମଧ୍ୟରେ ପ୍ରବେଶ କରିବା ଅସମ୍ଭବ । କିନ୍ତୁ ଇସ୍ରାଏଲର ଉପକୂଳରେ ଏପର୍ଯ୍ୟନ୍ତ ଖୋଲା ରହିଥିଲା । ଏହାର ଫାଇଦା ନେଇ ଅନେକ ଥର ଆତଙ୍କବାଦୀ ଇସ୍ରାଏଲରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ପ୍ରତ୍ୟେକ ଥର ଇସ୍ରାଏଲ ସେନା ପକ୍ଷରୁ ଏହି ଅନୁପ୍ରବେଶକୁ ପଣ୍ଡ କରାଯାଇଛି । କିନ୍ତୁ ଏଥର ନିଜର ଉପକୂଳକୁ ମଧ୍ୟ ସିଲ୍‌ କରିବାକୁ ବହାରିଛି ଏହି ଦେଶ । ଇସ୍ରାଏଲ ଏବେ ସମୁଦ୍ର ଭିତରେ ଏକ ଅଭେଦ୍ୟ ବାଡ ପକାଉଛି । ଏଥିରେ ଏପରି ଅତ୍ୟାଧୁନିକ ଟେକନଲୋଜୀ ବ୍ୟବହାର କରାଯାଉଛି ଯେ ଏହାକୁ ଭେଦ କରିବା ଅସମ୍ଭବ । ଏହି ସମୁଦ୍ର ବାଡ ପାଇଁ ଇସ୍ରାଏଲ ପ୍ରାୟ ୮୩୩ ନିୟୁତ ଡଲାର ବ୍ୟୟ କରିବ ବୋଲି ଏହାର ପ୍ରତିରକ୍ଷା ମନ୍ତ୍ରୀ ଆଭିଡର ଲିବରମ୍ୟାନ କହିଛନ୍ତି ।

ସେ କହିଛନ୍ତି ଯେ ପାଲେଷ୍ଟାଇନ ଓ ହାମାସର ଆତଙ୍କବାଦୀଙ୍କୁ ଅଟକେଇବା ପାଇଁ ଏପରି କରାଯାଉଛି । ପାଲେଷ୍ଟାଇନ ଅଧିନରେ ଅସୁଥିବା ଅଞ୍ଚଳ ଗାଜା ଷ୍ଟ୍ରିପ ଏବଂ ଇସ୍ରାଏଲର ସାମୁଦ୍ରିକ ଉପକୂଳ ପରସ୍ପରକୁ ଲାଗିଛି । ଏଣୁ ଗାଜାର ଆତଙ୍କବାଦୀମାନେ ସମୁଦ୍ର ପଥ ଦେଇ ଇସ୍ରାଏଲ ମଧ୍ୟରେ ପ୍ରବେଶ କରିବାକୁ ବାରମ୍ବାର ଉଦ୍ୟମ କରୁଛନ୍ତି । ୨୦୧୪ ଜୁଲାଇ ମାସରେ ହାମାସର ୪ ଜଣ ଆତଙ୍କବାଦୀ ପହଁରି ପହଁରି ଇସ୍ରାଏଲ ଉପକୂଳରେ ପହଞ୍ଚି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତି କରିଥିଲେ । କିନ୍ତୁ ଇସ୍ରାଏଲ ସେନାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହି ଆତଙ୍କବାଦୀମାନେ ନିହତ ହୋଇଥିଲେ । ଭିଡିଓରେ ଦେଖନ୍ତୁ କିପରି ଇସ୍ରାଏଲ ସେନା ସେମାନଙ୍କୁ ନିପାତ କରିଥିଲା ।

ସମ୍ବନ୍ଧିତ ଖବର