କରୋନାଭାଇରସ୍ ବିପକ୍ଷରେ ଲଢ଼େଇ ପାଇଁ ପାରମାଣବିକ ବଙ୍କର୍ ଖୋଲିଲେ ଇସ୍ରାଏଲ୍ ସରକାର

ଜେରୁଜେଲମ୍: କରୋନାଭାଇରସ୍ ସଂକ୍ରମଣ ରୋକିବା ଅଭିଯାନରେ ସମନ୍ୱୟ ରକ୍ଷା କରିବାକୁ ଇସ୍ରାଏଲ୍ ସରକାର ଜେରୁଜେଲମ୍ ପର୍ବତମାଳାରେ ଥିବା ଏକ ଯୁଦ୍ଧ ବଙ୍କର୍ ଖୋଲିଥିବା କଥା ଗୁରୁବାର ଦିନ ଇସ୍ରାଏଲର ସରକାରୀ ଅଧିକାରୀମାନେ କହିଛନ୍ତି ।

“ନ୍ୟାସନାଲ୍ ମ୍ୟାନେଜମେଣ୍ଟ୍ ସେଣ୍ଟର୍’ ଭାବେ ନାମିତ ଏହି ବଙ୍କର୍ ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବେ ନିର୍ମିତ ହୋଇଥିଲା । ଇରାନର ପାରମାଣବିକ ଏବଂ ଲେବାନୀୟ ଇସଲାମୀୟ ଆନେ୍ଦାଳନ ହେଜବୋଲ୍ଲାହ୍ କିଂବା ପାଲେଷ୍ଟାୟିନୀୟ ଆତଙ୍କବାଦୀ ସଙ୍ଗଠନ ହାମାସ୍ ସହ ତା’ର କ୍ଷେପଣାସ୍ତ୍ର ବିନିମୟ କାର୍ଯ୍ୟକ୍ରମରେ ବିପଦ ଆଶଙ୍କା କରି ଏହି ବଙ୍କର୍ ନିର୍ମାଣ କରାଯାଇଥିଲା ।

ଇସ୍ରାଏଲର ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଏହି ବଙ୍କରରେ ବସବାସ କରିବା ପାଇଁ କ୍ୱାର୍ଟସ୍ ଏବଂ କମାଣ୍ଡ୍ କୋଠରି ରହିଛି । ଜେରୁଜେଲମ ଏବଂ ତେଲ୍ ଅବିବକୁ ପଡ଼ିଥିବା ପଶ୍ଚିମ ପାହାଡ଼ ତଳି ରାସ୍ତାରେ ଥିବା ସରକାରୀ ଅଟ୍ଟାଳିକାମାନଙ୍କରୁ ଏହି ବଙ୍କର ସହ ଯୋଗାଯୋଗ କରିହେବ ।

ଇସ୍ରାଏଲର  ଉକ୍ତ ସରକାରୀ ଅଧିକାରୀଜଣକ ଆହୁରି କହିଛନ୍ତି ଯେ ଏହି ବଙ୍କର୍ ହେଉଛି କରୋନାଭାଇରସ୍ ପରିଚାଳନା, ନିୟନ୍ତ୍ରଣ, ସର୍ବେକ୍ଷଣ ଏବଂ ଚିହ୍ନଟ କରିବା ଆଦି କାର୍ଯ୍ୟ ଲାଗି ଅନ୍ୟ ଏକ ଉପକରଣ ଭାବେ କାମ କରିବ । ଏହି ସଙ୍କଟ ଦୀର୍ଘ ଦିନ ଯାଏଁ ଆମ ସହ ରହିବ ବୋଲି ଆମେ ବୁଝି ସାରିଛୁ ।

ବୁଧବାର ସୁଦ୍ଧା ଇସ୍ରାଏଲରେ ୨୬୬୬ ଜଣ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୮ଜଣଙ୍କର ପ୍ରାଣହାନି ହୋଇଥିବା ଜଣାପଡ଼ିଥିଲା ।

ସମ୍ବନ୍ଧିତ ଖବର