ଇସରତ ଜାହାଁ ମିଥ୍ୟା ଏନକାଉଣ୍ଟର ମାମଲା: ଦୁର୍ଘଟଣାରେ ଆବେଦନକାରୀଙ୍କ ମୃତ୍ୟୁ

ଆଲାପ୍ପୁଝା: ୨୦୦୪ ମସିହାର ଇସ୍‌ରତ ଜାହାଁ ମିଥ୍ୟା ଏନ୍‌କାଉଣ୍ଟର ମାମଲାର ଆବେଦନକାରୀ ଆଜି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଆବେଦନକାରୀ ୭୭ ବର୍ଷୀୟ ଗୋପୀନାଥ ପିଲ୍ଲାଇ ହସ୍ପିଟାଲ୍‌ ଚେକ୍‌ଅପ୍‌ ସାରି ଫେରୁଥିବାବେଳେ ଆଲାପ୍ପୁଝା ଜାତୀୟ ରାଜପଥରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୋଚିର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲେ ମଧ୍ୟ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ଗୋପିନାଥଙ୍କୁ ମାରିବା ଉଦ୍ଦେଶ୍ୟରେ ତାଙ୍କ ଗାଡ଼ି ସହ ଯୋଜନାବଦ୍ଧ ଭାବେ ଧକ୍କା କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର