‘ଗଗନୟାନ’ ମହିଳା ମହକାଶ ଯାତ୍ରୀଙ୍କୁ ପଠାଇବ ଇସ୍ରୋ

ନୂଆଦିଲ୍ଲୀ: ଡିସେମ୍ବର ୨୦୨୧ ସୁଦ୍ଧା ଭାରତ ମହାକାଶକୁ ଅନ୍ତରୀକ୍ଷ ଯାତ୍ରୀ ପଠାଇବ। ପାଇଁ ପ୍ରକ୍ରିୟା‌ ଆରମ୍ଭ ହୋଇଯାଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ବାରା ପ୍ରସ୍ତୁତ ‘ଗଗନୟାନ’ ପ୍ରକଳ୍ପ ଦ୍ବାରା ଭାରତ ଚତୁର୍ଥ ଦେଶ ଭାବେ ମହାକାଶକୁ ସ୍ବାଧୀନ ଭାବେ ମଣିଷ ପଠାଇବାରେ ସକ୍ଷମ ହୋଇପାରିବ। ତେବେ ଏଥିରେ ଜଣେ ଭାରତୀୟ ମହିଳା ମହକାଶ ଯାତ୍ରୀଙ୍କୁ ସାମିଲ କରିବାକୁ ଇସ୍ରୋ ଯୋଜନା କରିଛି। ଆଜି ଏ ସଂପର୍କରେ ସୂଚନା ଦେଇ ଇସ୍ରୋ ମୁଖ୍ୟ କେ ଶିବନ୍ କହିଛନ୍ତି ଯେ ଡିସେମ୍ବର ୨୦୨୧ରେ ଗଗନୟାନ ମିସନ୍ ହେବ ଏବଂ ଜଣେ ମହିଳା ମହକାଶ ଯାତ୍ରୀଙ୍କୁ ପଠାଇବା ପାଇଁ ଜୋର୍‌ସୋରରେ ପ୍ରସ୍ତୁତି ଚାଲିଛି। ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତରେ ତାଲିମ ଦିଆଯିବ ଏବଂ ପରେ ରୁଷ୍‌ରେ ଅତ୍ୟାଧୁନିକ ତାଲିମ୍‌ ଦିଆଯିବ। ଉଲ୍ଲେଖଯୋଗ୍ୟ ଏହି ପ୍ରକଳ୍ପ ପାଇଁ ମୋଦୀ ସରକାରଙ୍କ କ୍ୟାବିନେଟ୍‌ ୧୦,୦୦୦ କୋଟି ଟଙ୍କା ମଂଜୁରି ଦେଇଛି।

ସମ୍ବନ୍ଧିତ ଖବର