୨୫ ବର୍ଷ କାରାଦଣ୍ଡ ପରେ ନ୍ୟାୟ ପାଇଲେ ଇସ୍ରୋ ବୈଜ୍ଞାନିକ; ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ନିର୍ଦୋଷରେ ଖଲାସ ପାଇଁ ସୁପ୍ରିମ୍‌କୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଳୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ନମ୍ବି ନାରାୟଣଙ୍କୁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ୧୯୯୪ ମସିହାରେ ଗିରଫ କାଯାଇଥିଲା। ମାତ୍ର ତାଙ୍କ ଉପରେ ହୋଇଥିବା ଉକ୍ତ ଅଭିଯୋଗ ମିଥ୍ୟା ବୋଲି ରାୟ ଶୁଣାଇ ଶୁକ୍ରବାର ସୁପ୍ରିମ୍‌କୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଦୀର୍ଘ ୨୫ ବର୍ଷ ଧରି ବିନା କାରଣରେ କାରାଦଣ୍ଡ ଭୋଗିଥିବାରୁ ବା ସମ୍ମାନହାନୀକୁ ଦୃଷ୍ଟିରେ ରଖାଯାଇ ତାଙ୍କୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଶୁଣାଣି ହୋଇଛି।

ଏହି ମାମଲାର ବିଚାର ପାଇଁ ସର୍ବୋଚ୍ଚ ନ୍ୟୟାଳୟର ଅବସରପ୍ରାପ୍ତ ବିଚାପତି ଜଷ୍ଟିସ୍‌ ଡିକେ ଜୈନଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଗଠିତ ହୋଇଥିଲା। ଇସ୍ରୋର ଏହି ବୈଜ୍ଞାନିକଙ୍କୁ ଗିରଫ କରାଯିବାରେ କେରଳ ପୁଲିସ୍‌ର ଭୂମିକା ତଦନ୍ତ କରିବା ପାଇଁ ଏହି ଖଣ୍ଡପୀଠ ଗଠିତ ହୋଇଥିଲା। ଶେଷରେ ବୈଜ୍ଞାନିକ ନାରାୟଣ ନିର୍ଦ୍ଦୋଷ ବୋଲି ଫଇସଲା ହୋଇଛି। ଅଦାଲତଙ୍କ ଫଇସଲା ଶୁଣିବା ପରେ ୭୬ ବର୍ଷିଅ ବୈଜ୍ଞାନିକ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯେଗ୍ୟ, ୧୯୯୪ ମସିହା ଅକ୍ଟୋବର ୨୦ ତାରିଖରେ କେରଳ ପୁଲିସ୍‌ ମାଲଦିଭିୟାନ ମହିଳା ମରିୟମ୍‌ ରସିଦାଙ୍କୁ ଗିରଫ କରିବା ପରେ ନମ୍ବି ନାରାୟଣଙ୍କୁ ଗିରଫ କରାଯାଇଥିଲା। ମହିଳା ଜଣକ ଭାରତରେ ଅଧିକାଂଶ ସମୟ ରହିବା ପରେ ତାଙ୍କୁ ଯୌନ କାରବାରରେ ସଂପୃକ୍ତ ଥିବା ସନ୍ଦେହ କରି କେରଳ ପୁଲିସ୍‌ ଗିରଫ କରିଥିଲା। ନମ୍ବି ନାରାୟଣ ଗୁପ୍ତଚର ବୃତ୍ତିରେ ସଂପୃକ୍ତ ବୋଲି ସନ୍ଦେହ କରାଯାଇ ଗିରଫ କରାଯାଇଥିଲା।

୨୦୧୨ ମସିହା ସେପ୍ଟେମ୍ବରରେ କେରଳ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରାକାରଙ୍କୁ ନମ୍ବି ନାରାୟଣଙ୍କ ନିର୍ଦ୍ଦେଷ ଘୋଷଣା କରି ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ୨୦୧୪ ମସିହା ଅକ୍ଟୋବରରେ ଭୁଲ୍‌ କ୍ରମେ ନାୟରଣଙ୍କୁ ଗିରଫ କରିଥିବା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ନାରାୟଣ ବାଧ୍ୟ ହୋଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସେ ଜଣାଇଥିଲେ ଯେ ସିବିଆଇ ତଦନ୍ତ ପରେ ପୁଲିସ୍‌ ଅଧିକାରୀ ଦୋଷୀ ସାବ୍ୟସ୍ତ ହେବା ପରେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧିତ ଖବର